Site icon Awaj Media

ସ୍ବେଛାସେବୀ ଅନୁଷ୍ଠାନ ମା ଚର୍ଚ୍ଚିକା ନାରୀଜାଗୃତି ପରିଷଦ ପକ୍ଷରୁ ଜଳବନ୍ଦୀ ଜୀବନ ଅତିବାହିତ କରୁଥିବା ପରିବାର କୁ ସହାୟତା ର ହାତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଘୁଚାପ ର ପ୍ରଭାବରେ ୪ ଦିନ ର ଲଗାଣ ବର୍ଷା ରେ ବେହାଲ ବାଙ୍କୀ ସହରାଞ୍ଚଳ ଅଧିବାସୀ ଙ୍କ ଜୀବନ ଜୀବିକା . ପ୍ରଭାବିତ ହୋଇଛି ଅନେକ ୱାର୍ଡ. ଯେଉଁ ସ୍ଥାନ ରେ ପ୍ରଶାସନ ପହଂଚି ପାରିଲା ନାହିଁ ସେହି ସହରାଞ୍ଚଳର ଜଳବନ୍ଦୀ ଜୀବନ ବିତୁଥିବା ବାଙ୍କୀ ଶିଶୁଆ ୱାର୍ଡ ୩ ର ଅଧିବାସୀଙ୍କ ନିକଟରେ ପହଁଚିଲେ ସାମାଜିକ କର୍ମୀ ! ଏପରିକି କିଛି ଲୋକ ଙ୍କ ଘରେ ମଧ୍ୟ ଆଣ୍ଠିଏ ଉଚ୍ଚ ବର୍ଷା ଜଳ ପ୍ରବାହିତ ହେଉଛି. ଏବେ ଏମାନଙ୍କ ନିକଟରେ ପହଁଚି ସହାୟତା ର ହାତ ବଢ଼ାଇଛନ୍ତି ବାଙ୍କୀ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ଚର୍ଚ୍ଚିକା ନାରିଜାଗୃତି ପରିଷଦ. ଏ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ମାନେ ଆଣ୍ଠିଏ ଉଚ୍ଚର ବର୍ଷା ଜଳ ଭିତରେ ପଶି ଜଳବନ୍ଦୀ ମଧ୍ୟ ରେ ଯେଉଁ ପରିବାର ଘରେ ରହିଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଆଜି ବାଙ୍କୀ ଅଂଚଳ ରେ ରହିଛନ୍ତି ଚର୍ଚାରେ..ଏମାନଙ୍କ ଏଭଳି ବିପଦ ସମୟରେ ଜନସାଧାରଣ ଙ୍କୁ ଯେଉଁ ସହାୟତା ର ହାତ ବଢ଼ାଇ ଛନ୍ତି ତାଙ୍କୁ ଏବେ ସାଧାରଣ ରେ ପ୍ରଶଂସା କରାଯାଇଛି.ଏମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଯଥା ଶୀଘ୍ର ଏମାନଙ୍କ ନିକଟରେ ପ୍ରଶାସନ ପହଂଚି ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ଥା ସାଙ୍ଗକୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ସାଙ୍ଗକୁ ଯୋଗାଇ ଦିଅନ୍ତୁ !

Exit mobile version