ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଦୀର୍ଘ ଏକ ବର୍ଷ ହେଲାଣି ଯୋଗାଣ ଅଧିକାରୀ ପଦବୀ ପୁରଣ କରିବାରେ ସରକାର ଙ୍କ ଆନ୍ତରିକତା ନାହିଁ । ଗଣମାଧ୍ୟମ ଖବର ପ୍ରସାରଣ କରିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ବର୍ତ୍ତମାନ୍ ଖରିଫ ଋତୁ ଚାଲିଛି , ଚାଷୀଙ୍କ ସମସ୍ୟା କୁ ସମାଧାନ କରିବ କିଏ । ଗଜପତି ଜିଲ୍ଲା ରେ ଅଧିକାଂଶ ଲୋକ ଙ୍କ ଜୀବନ ଜୀବିକା କୃଷି ଉପରେ ନିର୍ଭର ! କିନ୍ତୁ କୃଷି ସମ୍ପର୍କିତ ସମସ୍ୟା ସମାଧାନ କିଏ କରିବ , ଜିଲ୍ଲାରେ ବର୍ଷ ରୁ ଉର୍ଦ୍ଧ ହେଲାଣି ଅଧିକାରୀ ପଦବୀ ପୁରଣ ନକରିବା ସମସ୍ତ ଙ୍କୁ ଚକିତ କରିଛି । ଏହି ଜିଲ୍ଲା ପ୍ରତି ଏତେ ଅଣ ଦେଖା ବୁଦ୍ଧିଜୀବୀ ମହଲରେ ଚକିତ କରିଛି । ନା ରାଜନୀତିକ ଚାପରେ ଏହି ଭଳି , କିମ୍ବା ଅଦୃଶ୍ୟ ଶକ୍ତି ର ପ୍ରଭାବରେ ଏପରି ହେଉଛି ଜିଲ୍ଲା ବାସି ଜାଣି ପାରୁନାହାନ୍ତି ।
ଯୋଗାଣ ଅଧିକାରୀ ପଦବୀ ପୁରାଣ ହେଉନାହିଁ : ଜିଲ୍ଲା ରେ ଅଧିକାରୀ ପଦବୀ ପୂରଣ ସକାଶେ ସରକାରଙ୍କ ଆନ୍ତରିକତା ନାହିଁ !!!

