ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ବିଭାଗ ଠାରେ ଷ୍ଟାର ରିକ୍ରି ଏ ସନ ଏଣ୍ଡ କଲ୍ ଚ୍ ର କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଉଛି ରକ୍ତର ଅଭାବ ଦୂର କରିବା, ରକ୍ତ ର ଅଭାବ ଯୋଗୁଁ ଯେପରି କୌଣସି ମୂଲ୍ୟବାନ ଜୀବନ ନଷ୍ଟ ନ ହୁଏ।ଏହିଭଳି ରକ୍ତଦାନ ଶିବିର ଆୟୋଜିତ କରି ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଏହା ଏକ ପ୍ରୟାସ କରିଛନ୍ତି। ଏହିଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।ଖବର ସଂଗ୍ରହ ସମୟରେ 15 ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣା ପଡ଼ିଛି।ଆଗକୁ ଆହୁରି ଅଧିକ ରକ୍ତ ସଂଗୃହୀତ ହେବ ବୋଲି କହିଛନ୍ତି।
ଷ୍ଟାର ରିକ୍ରିଏସନ ଏଣ୍ଡ କଲଚର କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ !!!

