ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପ୍ରତିକୂଳ ପାଗରେ ସ୍ଵେଚ୍ଛାସେବୀ ସଂଗଠନର ପ୍ରଶଂସନୀୟ କାମ । ବାତ୍ୟା ପୂର୍ବରୁ ଜିଲ୍ଲା ପ୍ରଶାସନ କିଛି ସତର୍କତାମୂଳକ ପଦକ୍ଷେପ ନେଇଥିବା ବେଳେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏଦିଗରେ ବହୁତ କାମ କରିଥିଲେ । ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍. ରାୟଗଡ ବ୍ଲକର ଦୂର୍ଗମ ଗ୍ରାମରୁ ଗର୍ଭବତୀ ମା ମାନଂକୁ ନିଜର ଡମ୍ୱାପୁର ମାଗ୍ରୁହ ଠାରେ ନିଜର ପରିବହନ ଦ୍ୱାରା ଆଣି ରଖିଥିଲେ । ସତର୍କତା ମୂଳକ ପଦକ୍ଷେପ ଦ୍ୱାରା ସେମାନେ ସୁଦୂର ଜଲାଂଗ, ଓମେଡା, କରଡାସିଂ ଓ ଗଣ୍ଡାହାତୀରୁ ୧୦ ଜଣ ଗର୍ଭବତୀ ଙ୍କୁ ଆଣି ନିଜର ମାତୃଗୃହରେ ରଖିଛନ୍ତି । ଏଥିପାଇଁ ସେମାନଙ୍କ ଡମ୍ୱାପୁର କର୍ମୀମାନେ ବହୁ ଉଦ୍ୟମ କରିଥିଲେ । ସେହିଭଳି ଆର୍.ଉଦୟଗିରି ବ୍ଲକର ଡେରବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଶିଆଳିଲଟି ଏସଏସଡି ହାଇସ୍କୁଲରେ ବାତ୍ୟାକୁ ଦ୍ରୁଷ୍ଟିରେ ରଖି ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନୂଆଗଡ ବ୍ଲକର ପିସ୍ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଖଜୁରିପଦା ମାଗ୍ରୁହ ଠାରେ ନିକଟସ୍ଥ ଦୂର୍ଗମ ଗ୍ରାମରୁ ଗର୍ଭବତୀ ମା ମାନଙ୍କୁ ଆଣି ରଖାଯାଇଛି । ସେହିଭଳି ଏହି ସଂଗଠନ ଦ୍ୱାରା ମୋହନା ବ୍ଲକରେ ଦୂରଦୂରାନ୍ତ ଗ୍ରାମ ଜାମୁଗଣ୍ଡା, ଆଡାଂକ, କେପାଣିଗଣ୍ଡା, କର୍ଚାବାଡି, ଦମାଦୁଆ, କୋଟାମା, ଶିକୁଳିପଦର ଏବଂ ଧାନାପଦାରୁ ମଧ୍ୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ଥିବା ମାତୃଗୃହକୁ ୧୦ ଜଣ ମା ଙ୍କୁ ଆଣି ରଖାଯାଇଛି । ଉଭୟ ସଂଗଠନ ଦ୍ୱାରା ସେହି ମହିଳା ମାନଙ୍କ ପାଇଁ ରହିବା ଓ ଖାଇବାର ସୁବନ୍ଦୋବସ୍ତ କରାଯାଇଛି । ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରାଯାଇ ସେମାନଙ୍କ ଯତ୍ନ ନିଆଯାଉଛି । ଗଜପତି ସିଡିଏମଓ ଓ ଡିପିଏମ୍ ଉକ୍ତ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରି ମା ମାନଙ୍କର ଉପଚାର ବ୍ୟବସ୍ଥା ତଦାରଖ କରିଥିଲେ ।
ପ୍ରତିକୂଳ ପାଗରେ ଗଜପତିରେ ସ୍ଵେଚ୍ଛାସେବୀ ସଂଗଠନର ପ୍ରଶଂସନୀୟ କାମ !!!

