Site icon Awaj Media

କଳାପଥର ରେ ପ୍ରଭୁ ଶ୍ରୀ ଗଜାନନଙ୍କ ଭସାଣି ଉତ୍ସବ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପ୍ରଭୁ ଶ୍ରୀ ଗଜାନନଙ୍କ ଭସାଣି ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । କଳାପଥରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରାଧାମୋହନ ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜାର ଭସାଣି ଉତ୍ସବ ମହା ଆଡମ୍ବରରେ ଆୟୋଜିତ ହୋଇଛି ! ଚଳିତ ବର୍ଷ କଳାପଥର ବଡ଼ସାହି ରାଧାମୋହନ ଯୁବକ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପ୍ରଭୁ ଶ୍ରୀ ଗଜାନନ ଙ୍କ ପୂଜାର୍ଚ୍ଚନା ଧୁମ୍ ଧାମରେ ପାଳନ କରିଥିବା ବେଳେ ମହା ଆଡମ୍ବରରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଳାପଥର ବଡ଼ସାହି ରାଧା ମୋହନ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଭୁ ଗଜାନନଙ୍କୁ ମେଲାଣି ଦେବା ସହ ପ୍ରଭୁଙ୍କ ପାଖରେ କାନ ଧରି କ୍ଷମା ପ୍ରାର୍ଥନା କରିଥିଲେ ।

Exit mobile version