Site icon Awaj Media

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଉପଲକ୍ଷେ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା , ପାଇକମାଲ ଠାରେ ଏକ ଆୟୁର୍ବେଦ ଆହାର ମେଳା ଓ ସ୍ବାସ୍ଥ୍ୟ ପ୍ରଦର୍ଶନୀର ବୁଧବାର ଆୟୋଜନ ହୋଇ ଯାଇଅଛି । ବରଗଡ଼ ଉପଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ । ପରିଚାଳନା କମିଟିର ସଭାପତି ପ୍ରୋ: ଡ଼: ସୁଶୀଳ କୁମାର ମହାପାତ୍ର, ସମ୍ପାଦକ ମନୋଜ କୁମାର ତ୍ରିବେଦୀ ଏବଂ ଅଧ୍ୟକ୍ଷ ପ୍ରୋ: ଡ଼: ଜଗବନ୍ଧୁ ମିଶ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଆୟୁର୍ବେଦ ଆଧାରିତ ଜୀବନ ଶୈଳୀ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଆୟୁର୍ବେଦ ଆଧାରିତ ଆହାର ସବୁର ପ୍ରସ୍ତୁତି କରି ସମସ୍ତଙ୍କୁ ଫାଷ୍ଟଫୁଡ଼ ଛାଡି ଏହାକୁ ଗ୍ରହଣ କରିବାକୁ ପ୍ରେରିତ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଭାଗ ତରଫରୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଆଧାରିତ ପ୍ରଦର୍ଶନୀ କରାଯାଇଥିଲା। ନାଡୀ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ମଧ୍ୟ ଏହା ସହ ରହିଥିଲା । ପରିଶେଷରେ ଉତ୍କୃଷ୍ଟ ପ୍ରଦର୍ଶନୀ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉପାଧ୍ୟକ୍ଷ ପ୍ରୋ ଡ଼: ଅଭିରାମ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version