Site icon Awaj Media

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ପିଲାଙ୍କ ଦ୍ବାରା ବୃକ୍ଷ ରୋପଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ଦମ୍ଫତ୍ତି । ଉଭୟ ଦମ୍ଫତ୍ତି କଟକ ଜିଲ୍ଲାର ଡମପଡା ବ୍ଲକରେ ଶିକ୍ଷକତା କରୁଛନ୍ତି । ନିଜର ଘର ହେଉଛି ଡମପଡା ବ୍ଲକର ପ୍ରାକୃତିକ ପରିବେଶ ପୂର୍ଣ୍ଣ ପାହାଡ ପର୍ବତ ଘେରା ଢ଼ଂସର ଗ୍ରାମ ପଞ୍ଚାୟତରେ । ଉଭୟ ଦମ୍ଫତ୍ତି ବର୍ତ୍ତମାନ ନରଗାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ପେଶା ସିନା ଶିକ୍ଷକତା , ହେଲେ ନିଶା ହେଉଛି ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା । ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୨୦୨୦ ମସିହାରେ ବଳରାମ ପାଇକରାୟ ଓ ୨୦୨୫ ମସିହାରେ ନିବେଦିତା ପାଇକରାୟଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ ଜନକ ” ପ୍ରକୃତି ବନ୍ଧୁ ” ପୁରଷ୍କାର ପ୍ରଦାନ କରାଯାଇଛି । ଉଭୟ ଦମ୍ଫତ୍ତି ପ୍ରକୃତିକୁ ଏତେ ଭଲ ପାଉଛନ୍ତି ଯେ କେତେବେଳେ ନିଜ ସ୍କୁଟିରେ ତ କେତେବେଳେ ନରଗାଙ୍ଗର ମହେଶ୍ବର ଜେନାଙ୍କ ଅଟୋରେ ନିଜେ ସଯତ୍ନରେ ବଢାଇଥିବା ଚାରାକୁ ବିନା ମୂଲ୍ଯରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, କାର୍ଯ୍ଯାଳୟରେ ବଣ୍ଟନ କରିବା ସହିତ ସବୁ ବର୍ଗର ବ୍ଯକ୍ତି ବିଶେଷଙ୍କୁ ସାମିଲ କରାଇ ବୃକ୍ଷ ରୋପଣ କରି ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଉଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ପରିବେଶ ସହିତ ଜଡିତ କରାଇ , ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଇଲେ , ନିଶ୍ଚୟ ଭାବେ ସବୁଜ ବନାନୀ ଭରା ସୁନ୍ଦର ପରିବେଶ ଟିଏ ଗଠନ ହୋଇପାରିବ । ଯାହା ଫଳରେ ପରିବେଶ ସନ୍ତୁଳନ ହେବା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବ ଜଗତ ଶାନ୍ତିରେ ଜୀବନ ଯାପନ କରି ପାରିବ । ନିଶ୍ଚୟ ଭାବେ ଜୀବ ଜଗତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ନିଜକୁ ରକ୍ଷା କରି ପାରିବ । ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ନରଗାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ନାଏକଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୁଣ୍ଠ ସାହୁ , ବସନ୍ତ କୁମାର ବେହେରା , ରାଜେନ୍ଦ୍ର କୁମାର ବାରିକ , ଶ୍ରୀକାନ୍ତ କୁମାର ସାହୁ , ଶିକ୍ଷୟିତ୍ରୀ ବାସନ୍ତୀ ଦେଇ , ମିନତୀ ନାୟକ , ସୁନିତା ପାଣିଗ୍ରାହୀ , ରଶ୍ମିତା ବେହେରା , ସୋନାଲିକା ମହାପାତ୍ର , ଲିଲି ନାଏକ ସହଯୋଗ କରିଥିଲେ । ତାଙ୍କର ଏହି ମହତ ଉଦ୍ୟମ ପାଇଁ ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରୁଛନ୍ତି ।

Exit mobile version