Site icon Awaj Media

ପ୍ଲାଷ୍ଟିକ ମୁକ୍ତ ଦୋଳବନ୍ଧ ଡାକରା ଦେଲେ ସ୍ବେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱଚ୍ଛ ପରିବେଶ ଉପରେ ବିଶେଷ ଦୃଷ୍ଟି ଦେବାକୁ ନେଇ ଜନସାଧାରଣଙ୍କୁ ଆହ୍ୱାନ କରୁଥିବା ବେଳେ ଏହି କଥାକୁ ଚିନ୍ତା କରି ପ୍ରକୃତି ପ୍ରେମୀ ମନୋଜ ଦାଶଙ୍କ ଡ଼ାକରାରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜନସାଧାରଣ ଏକତ୍ରିତ ହୋଇ ଆଜି ସନ୍ଧ୍ୟାରେ ଐତିହାସିକ ଦୋଳ ବନ୍ଧ ସଫେଇ କାର୍ଯ୍ୟ କରିଥିଲେ। ଏଥିରେ ସହଯୋଗର ହାତ ବଢାଇଥିଲେ ପାରଳାଖେମୁଣ୍ଡି ଏସ୍ଡିପିଓ ମାଧବାନନ୍ଦ ନାୟକଙ୍କ ନେତୃତ୍ୱାଧୀନ ପୋଲିସ ବିଭାଗ ତଥା ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ୍ କୁମାର ମିଶ୍ର । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଗନ୍ତାୟତ, ପ୍ରତାପ ମିଶାଲ, ରାଜେଶ୍ ନାହାକ, ଲୋକନାଥ ମିଶ୍ର, ନୃସିଂହ ବାବା, ଜୁନେଶ ଜେନା, ୱାଇ. ମୂରଲୀଧର, ରାୟ ଗୋବିନ୍ଦ ରାଜୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟର ଆରମ୍ଭରେ ସମସ୍ତେ ଦୋଳବନ୍ଧ ଚତୁର୍ପାର୍ଶ୍ଵରେ ଉଠିଥିବା ଅନାବନା ଗଛ ଲତା ଆଦି ସଫା କରିଥିଲେ ଓ ପରେ ପାଣି ମଧ୍ୟରୁ ଯଥା ସମ୍ଭବ ପ୍ଲାଷ୍ଟିକ ଆବର୍ଜନା ବାହାର କରିବା ସହ ଜନସାଧାରଣଙ୍କୁ ପୋଖରୀ ମଧ୍ୟକୁ ପ୍ଲାଷ୍ଟିକ ନ ପକାଇବା ନେଇ ଯଥାସମ୍ଭବ ସଚେତନ କରିଥିଲେ।

Exit mobile version