Site icon Awaj Media

ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କୁ ନେଇ ଜିଲା ସ୍ତରୀୟ ଶିଶୁ ଉତ୍ସବ ମହକ ଓ ଉତ୍ସାହ ପାଳିତ !!!

Spread the love
ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଥିବା ଛଅଗୋଟି  ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କରେ ରହୁଥବା ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା ର ପରିପ୍ରକାଶ ଓ ବିକାଶ କରିବା  ନିମନ୍ତେ ଜିଲ୍ଲା ପ୍ରଶାସନ ଗଜପତି ଦ୍ଵାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ମହକ ଓ ଉତ୍ସାହ 2026 ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର  ପ୍ର।ରମ୍ଭରେ  ମୁଖ୍ୟ  ଅତିଥି  ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ମୁନିଦ୍ର ହୋନଗା , ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ୍ୟ ଶ୍ରୀ ଅମିୟ କୁମାର ତ୍ରିପାଠୀ , ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ଶିଶୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା  ଆରମ୍ଭ ହୋଇ ଥିଲା । ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର  ପ୍ରାୟ 120 ଜଣ ଶିଶୁ ମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ଲମ୍ବ।  ଡିଆଁ , ଉଚ୍ଚ।  ଡିଆଁ , 100 ମିଟର ଦୌଡ ଓ 200 ମିଟର ଦୌଡ, ଚେସ ,କ୍ୟାରୋମ ପ୍ରତିଯୋଗିତା ଗଜପତି ଷ୍ଟାଡିୟମ ଠାରେ ହେବା ସହ ନୃତ୍ୟ ପରିବେଷଣ, ସଙ୍ଗୀତ ଗାନ ,ବକ୍ତୃତା,ଚିତ୍ରାଙ୍କନ ,ସାଧାରଣ ଜ୍ଞାନ ପରୀକ୍ଷା ଇତ୍ୟାଦି ପ୍ରତିଯୋଗିତା ବିଜୁ କଲ୍ୟାଣ ମଣ୍ଡପ ଠାରେ ରେ ଅନୁଷ୍ଠିତ ହୋଇଥିଲା । ଶିଶୁମାନଙ୍କ ନିମନ୍ତେ ଜଳଖିଆ ମଧ୍ୟାନ୍ନ ଭୋଜନ ,ଏବଂ ରାତ୍ର  ଭୋଜନ  ବ୍ୟବସ୍ଥା  କରାଯାଇଥିଲା। ଉଦ୍ଦଜାପନୀ  ଉତ୍ସବରେ  କିଶୋର ନ୍ୟାୟ ପରିଷଦ ର ମୁଖ୍ୟ ନ୍ୟାୟଧୀଶ ଶ୍ରୀଯୁକ୍ତ ସତ୍ୟବ୍ରତ ରଣା , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢୀ, ଶିଶୁ କଲ୍ୟାଣ ସମିତିର ଅଧକ୍ଷ୍ୟ ଶ୍ରୀଯୁକ୍ତ  ଅମିୟ  କୁମାର ତ୍ରିପାଠୀ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଏଚ . ସଂଗ୍ରାମ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର  ସୁରକ୍ଷ।  ଅଧିକାରିଣୀ ଶ୍ରୀମତି  ଶାରଳା ପ।ତ୍ର, ଓ କିଶୋର ନ୍ୟାୟ ପରିଷଦର ସଭ୍ୟଶ୍ରୀ  ରବୀନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ  ଥିଲେ। କିଶୋର ନ୍ୟାୟ ପରିଷଦ ର ମୁଖ୍ୟ ନ୍ୟାୟଧୀଶ ଶ୍ରୀଯୁକ୍ତ ସତ୍ୟବ୍ରତ ରଣା ତାଙ୍କର ଭାଷଣରେ ମାତୃପିତୃହୀନ  ଏବଂ ପରିତେକ୍ତ  ଓ ଉଦ୍ଧାର ହୋଇ ରହୁଥିବା ଶିଶୁ ମାନକର ଉନ୍ନତି  ପାଇଁ ନିଯୋଜିତ ହୋଇଥିବା ବିଭିନ୍ନ ଅନୁଷ୍ଠାନର  ଦାୟିତ୍ବ ଉପରେ  ବୁଝାଇଥିଲେ. ସେହିପରି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏହିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରତି ପିଲା ଏଥିରେ ସାମିଲ ହୋଇ  ନିଜ ମଧ୍ୟରେ ଥିବା ପ୍ରତିଭାକୁ ସାକାର ରୂପ ଦେବା ପାଇଁ ଚେଷ୍ଟା କରନ୍ତୁ ,ପ୍ରତିଯୋଗିତାରେ ଭାଗନେଇଥିବା ଶିଶୁ ମାନଙ୍କ ମଧ୍ୟରେ ଯେଉଁମାନେ ବିଜୟୀ  ହୋଇଥିଲେ  ସେମାନେ ଟ୍ରଫି ସହ ପୁରସ୍କାର ପ୍ରମାଣ ପତ୍ର ଅତିଥି ମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁମାନେ ରାଜ୍ୟସ୍ତରରେ ହେବାକୁ ଥିବା ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ ହୋଇଛନ୍ତି । ପରିଶେଷରେ camp fire ରେ   ଶିଶୁ ମାନେ ନାଚ ମାଧ୍ୟମରେ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ  । ଏହି କାର୍ଯକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହୋଇଥିଲା  ଏବଂ ଏହାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ, ଚାଇଲ୍ଡ ହେଲ୍ପ ଲାଇନର ସମସ୍ତ କର୍ମୀ ତଥା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ  ।
Exit mobile version