Site icon Awaj Media

ରାଜ୍ୟସ୍ତରୀୟ ବକ୍ସିଂରେ ଗଜପତିର ଚମତ୍କାର ସଫଳତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟସ୍ତରୀୟ ବକ୍ସିଂରେ ଗଜପତିର ଚମତ୍କାର ସଫଳତା , ୪ ସ୍ୱର୍ଣ୍ଣ ସହ ୬ ପଦକ ହାସଲ ! ଜାତୀୟସ୍ତର ପାଇଁ ଖେଳାଳିଙ୍କ ମନୋନୟନ , ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍‌ରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ୭୦ତମ ରାଜ୍ୟସ୍ତରୀୟ ବକ୍ସିଂ ଚାମ୍ପିଅନସିପ୍‌ ୨୦୨୬-୨୭ରେ ଗଜପତି ଜିଲ୍ଲାର ବକ୍ସରମାନେ ଚମତ୍କାର ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୬ଟି ପଦକ ହାସଲ କରିଛନ୍ତି।

ଅଣ୍ଡର-୧୪ ବାଳକ ୪୮ କିଲୋଗ୍ରାମ ବର୍ଗରେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦିବ୍ୟ ବେନିଆ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୪୬ କିଲୋଗ୍ରାମ ବର୍ଗରେ ପି.ଏମ୍. ଶ୍ରୀ ଏମ୍.ଆର୍. ବଏଜ୍ ହାଇସ୍କୁଲ୍‌, ପାରଳାଖେମୁଣ୍ଡିର ଆର୍. ରୋହିତ କାଂସ୍ୟ ପଦକ ପାଇଛନ୍ତି। ୫୦ କିଲୋଗ୍ରାମ ବର୍ଗରେ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଦ୍ମପୁରର ସାଗର ମଣ୍ଡଳ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ୫୪ କିଲୋଗ୍ରାମ ବର୍ଗରେ ଏମ୍.କେ.ସି.ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁରାଣ୍ଡିର ଚନ୍ଦନ ଗୟା ରୌପ୍ୟ ପଦକ ହାସଲ କରିଥିବା ବେଳେ ୫୭ କିଲୋଗ୍ରାମ ବର୍ଗରେ ସେହି ବିଦ୍ୟାଳୟର ଜଗନ ବେନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୭୫ କିଲୋଗ୍ରାମ ବର୍ଗରେ ପି.ଏମ୍. ଶ୍ରୀ ଏମ୍.ଆର୍. ବଏଜ୍ ହାଇସ୍କୁଲ୍‌ର ଗଗନ ବେନିଆ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି।

ଗଜପତିର ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆଇଏଏସ୍‌ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଚାମ୍ପିଅନ୍‌ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି।

ଗଜପତିର ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଆହୁରି ଉତ୍କର୍ଷ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇଛନ୍ତି।

ଦଳର ସଫଳତା ପଛରେ କୋଚ୍‌ ଶ୍ରୀ ରାମକୃଷ୍ଣ ବେନିଆ ଓ ଟିମ୍‌ ମ୍ୟାନେଜର ଶ୍ରୀ ଦିଲ୍ଲେଶ୍ୱର ତୃଣାଙ୍କ ମାର୍ଗଦର୍ଶନ, ନିଷ୍ଠା ଓ ନିରନ୍ତର ପରିଶ୍ରମର ମୁଖ୍ୟ ଭୂମିକା ରହିଛି। ଗଜପତିର ଏହି ଯୁବ ବକ୍ସରମାନଙ୍କ ସଫଳତା ଜିଲ୍ଲାର କ୍ରୀଡ଼ା ମହଲରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।

Exit mobile version