Site icon Awaj Media

ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଚାମ୍ପିଅନ୍‌ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ରବିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ୧୨ଟି କବାଡି ଦଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସଂଘର ଉପସଭାପତି ସତ୍ୟନାରାୟଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଦିନତମାମ ବିଭିନ୍ନ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଫାଇନାଲ ମ୍ୟାଚ୍‌ରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଓ ସ୍ପୋର୍ଟ୍ସ କ୍ଲବ ବାରଖମା ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ବାରଖମା ୩୩-୨୯ ଗୋଲରେ ବାଲିଗୁଡ଼ାକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା। ବିଜେତା ବାରଖମା ଦଳକୁ ଟ୍ରଫି ସହ ୫୦୦୧ ଟଙ୍କା ଏବଂ ଉପବିଜେତା ବାଲିଗୁଡ଼ା ଦଳକୁ ଟ୍ରଫି ସହ ୩୦୦୧ ଟଙ୍କା ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ। ଏଥିସହ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଖେଳାଳିମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ସଂଘର ଉପଦେଷ୍ଟା ଶେଖ୍‌ ସାଦିକ୍‌, ସୁରେନ୍ଦ୍ର କୁମାର ପାତ୍ର, ସାଧାରଣ ସମ୍ପାଦକ ଡ. ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡ଼ା ଆୟୋଜକ ଉପଦେଷ୍ଟା ମଣ୍ଡଳର ଏଲିୟାସ୍‌ ଦିଗାଳ, କ୍ରୀଡ଼ା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରାଙ୍କ ସମେତ ପ୍ରଶାନ୍ତ କୁମାର ସାହୁ, ଗଙ୍ଗାଧର ପଣ୍ଡା, ଭଗବାନ ପଣ୍ଡା, ସୂର୍ଯ୍ୟନାରାୟଣ ସୁଆର, ସୁଜିତ କୁମାର ପାଳ, ରଞ୍ଜନ କୁମାର ନାୟକ, ଦିବାକର ବେହେରା, ସମୀର କୁମାର ପଟ୍ଟନାୟକ, ସୌମ୍ୟରଞ୍ଜନ ନାୟକ, ରୂପକ କୁମାର ନାୟକ, ଦେବୀରଞ୍ଜନ ନାୟକ, ନିଶାନ ସିଂଦେଓ, ହେମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ସୁପରିଚାଳନାରେ ସହଯୋଗ କରିଥିଲେ।

Exit mobile version