ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡ଼ମପଡା ବ୍ଳକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୋଜନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧ୍ୟକ୍ଷ ଙ୍କ ତତ୍ୱାବଧାନ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ପାଳନ ସହିତ ମେଡିକାଲର କର୍ମଚାରୀ, ଆସୁଥିବା ରୋଗୀ ସହାୟକ ଏବଂ ମାଇଁ ଭାରତର ସ୍ବେଛାସେବୀଙ୍କୁ ନେଇ ମେଡିକାଲ ସଭାଗୃହରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅସହ୍ୟ ତାତିର ଗୁଳି ଗୁଳି ଭିତରେ ମଧ୍ୟ ଉକ୍ତ ଶିବିରରେ ୧୬ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ତାଳବସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଆଲିନା ପ୍ରିୟଦର୍ଶିନୀ, ପୁଷ୍ପାଞ୍ଜଳି ରାଉତ, ରାଧାରାଣୀ ସାହୁ, ସୀତୟା ମାଝୀ ,ମନୋଜ କୁମାର ମୁଳିଆ, ଅଶୋକ କୁମାର ମହାପାତ୍ର, ଉମାକାନ୍ତ ସ୍ୱାଇଁ ପ୍ରମୁଖ ମେଡିକାଲ କର୍ମଚାରୀ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ | ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ସଞ୍ଜୟ କୁମାର ଦାଶ, ବରିଷ୍ଠ ଯକ୍ଷ୍ମ୍ (ଟିବି ରୋଗ )ପରିଦର୍ଶକ ଭବାନୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିଥିଲେ l ଜନ ସମ୍ପ୍ରସାରଣ ଅଧିକାରିଣୀ ଶୁଭଲଷ୍ମୀ ମହାନ୍ତ,ପୁଷ୍ପମିତ୍ରା ଦାସ, ଅନିତା ମହାରଣା,ଶରତ କୁମାର ମୁଳିଆ ଯୋଗ ଦେଇ ରକ୍ତଦାନ ଉପରେ ରୋଗୀ ସହାୟକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଉପରେ ସ୍ଲୋଗାନ ପ୍ରତିଯୋଗିତା, କୁଇଜି ଏବଂ ବକୃତା ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା |ରକ୍ତଦାନର ଉପକାରିତା ଏବଂ ଟିବି ରୋଗ ସଚେତନ ପତ୍ର ପଥଚାରୀଙ୍କୁ ବଣ୍ଟନ କରାଯାଇଥିଲା | ଶେଷରେ ପ୍ରକୃତିବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ଡମପଡାରେ ରକ୍ତଦାନ ଶିବିର ଅନୁଷ୍ଠିତ !!!

