Site icon Awaj Media

ପେଟ ରୋଗରେ ପୀଡିତ ମୋନାଲି ବାରିକ ଅସହ୍ୟ ଯନ୍ତ୍ରଣାରେ ଛଟପଟ : ସାହାଯ୍ୟ ପାଇଁ କଲେ ଆକୁଳ ନିବେଦନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ଜିଲ୍ଲା ଝାଞ୍ଜିରୀ ମଙ୍ଗଳା ସ୍ଥିତ ଭଗତପୁର ହନୁମାନ ମନ୍ଦିର ନିକଟରେ ଘର , ନାମ ମୋନାଲି ମଧୁସ୍ମିତା ବାରିକ , ବୟସ ୩୧ବର୍ଷ , ସ୍ୱାମୀ ସୁଶୀଲ ବାରିକ ଦିନ ମଜୁରିଆ ରୋଷେଇ କାମରେ ଯାଆନ୍ତି ! ପ୍ରତିଦିନ ମୂଲ ଲାଗିଲେ ଘରେ ଚୁଲି ଜଳେ , ହସ ଖୁସିରେ ସୁଖର ସଂସ୍କାର ଦୁଃଖେ ସୁଖେ ଚାଲିଥିଲା ! ଅଚାନକ ଦୁଃଖର ପାହାଡ଼ ମାଡି ଆସିଲା ଦୁଃଖ ନେଇ ! ପରିବାର କହିଲେ ୬ଜଣ ସଦସ୍ୟ ବାପା ମାଆ ସ୍ୱାମୀ ଛୋଟ ଛୁଆ ଦୁଇଟି ପୁଅ ବଡ଼ ୯ବର୍ଷର ଝିଅ ସାନ ୪ବର୍ଷର ! ଆଜିକୁ ଏକ ବର୍ଷ ହେବ ପେଟରେ ଅସହ୍ୟ କଷ୍ଟ ହେବାରୁ ସେ କଟକ ବଡ଼ ମେଡ଼ିକାଲ ଯାଇ ଡାକ୍ତରଙ୍କୁ ଦେଖାଇଲେ ସବୁ ପରୀକ୍ଷା ରିପୋର୍ଟକୁ ଦେଖି ଡାକ୍ତର କହିଲେ ତାଙ୍କ ପେଟରେ ନାଡୀ ଅସୁବିଧା ହୋଇଛି ପେଟ ଜାଲି ବଢ଼ିବାରେ ଲାଗିଛି ଏକ ମାସରେ ପେଟ ଅପରେସନ କରାଯିବ ନ ହେଲେ ସେ ମରିଯିବେ ଅପରେସନ ହେବାକୁ ୩ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବ ଗରିବ ଲୋକ ଖଟିଲେ ଖାଆନ୍ତି ଏତେ ପଇସା କୋଉଠୁ ଆଣିବେ ଅପରେସନ ହେବାକୁ ଏହାକୁ ଭାବି ମାନସିକ ଚାପରେ ତାଙ୍କ ଶରୀର ଆହୁରି ଅସୁସ୍ଥ ହେବାରେ ଲାଗିଲା ବର୍ତ୍ତମାନ ପେଟ ଫୁଲିକି ବଡ଼ ହେବାରେ ଲାଗିଛି ଦିନକୁ ଦିନ ଆଉ ଖାଇବା କିଛି ଖାଇ ପାରୁ ନାହାନ୍ତି ପାଣି ପିଇକି ବଞ୍ଚୁଛନ୍ତି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମୋନାଲି ମଧୁସ୍ମିତା ବାରିକଙ୍କର ଚିକିତ୍ସା ପାଇଁ ଟିକିଏ ସାହାଯ୍ୟ କରିବାକୁ ମୋନାଲି ଓ ତାଙ୍କ ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି ଓଡ଼ିଶା ବାସୀଙ୍କୁ ଯୋଗାଯୋଗ ଫୋନ- 7008151614 ନିଜ ସମ୍ଭଳ ଅନୁସାରେ ଟିକିଏ ସାହାଯ୍ୟର ହାତ ବଢ଼ାନ୍ତୁ ଦୁଇଟି ନିହୀର ଛୁଆ ମାଆ ଛେଉଣ୍ଡ ହେବାରୁ ବଞ୍ଚାଇ ଦିଅନ୍ତୁ ଏବଂ ତାଙ୍କ ସୁସ୍ଥ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ସେବା ହଁ ପରମ ଧର୍ମ ମାନବ ସେବା ହଁ ଈଶ୍ୱରଙ୍କର ସେବା ଆସନ୍ତୁ ଟିକିଏ ଆମେ ସମସ୍ତେ ମିଳିମିଶି ସାହାଯ୍ୟର ହାତ ଟିଏ ବଢାଇବା ମୂଲ୍ୟବାନ ଜୀବନର ବଞ୍ଚିବାରେ ସହାୟକ ହେବା ।

Exit mobile version