Site icon Awaj Media

ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ଚାକିରି ଆଶାର ନୂଆ କିରଣ । ନିଯୁକ୍ତି ମେଳାରେ ଚୟନ ହୋଇଥିବା ୧୧୭ ଜଣ ଆଶାୟୀଙ୍କୁ ମିଳିଲା ନିଯୁକ୍ତି ପତ୍ର । ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ନିଯୁକ୍ତି ମେଳାରେ ଚାକିରି ପାଇଁ ଅନଲାଇନରେ ପ୍ରାୟ ୧୨୫୦ ଜଣ ଆବେଦନ କରିଥିବା ବେଳେ ୬୦୦ ଜଣ ଶିକ୍ଷିତ ଯୁବକଯୁବତୀ ମେଳାରେ ସାମିଲ ହୋଇଥିଲେ । ଚୟନ ପ୍ରକ୍ରିୟା ପରେ ୧୧୭ ଜଣ ଆଶାୟୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ।ଚାକିରି ଅନ୍ୱେଷଣରେ ଥିବା ଶିକ୍ଷିତ ଯୁବପିଢ଼ିଙ୍କ ମୁହଁରେ ଫୁଟିଛି ଖୁସିର ହସ । ଗତ ସେପ୍ଟେମ୍ବର ୬ ତାରିଖରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିଲା ନିଯୁକ୍ତି ମେଳା । ଏହି ମେଳାରେ ପ୍ରାୟ ୧୨୫୦ ଜଣ ଅନଲାଇନରେ ଚାକିରି ପାଇଁ ଆବେଦନ କରିଥିଲେ ।ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୬୦୦ ଜଣ ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ମେଳାରେ ଯୋଗଦେଇ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସମ୍ମୁଖରେ ସାକ୍ଷାତକାର ଦେଇଥିଲେ । ଦକ୍ଷତା ଓ ଯୋଗ୍ୟତାକୁ ଆଧାର କରି ଚୟନ କରାଯାଇଥିଲା ଯୋଗ୍ୟ ପ୍ରାର୍ଥୀଙ୍କୁ ।ଚୟନ ପ୍ରକ୍ରିୟାରେ ସଫଳ ହୋଇଛନ୍ତି ୧୧୭ ଜଣ ଆଶାୟୀ । ଆଜି ସେମାନଙ୍କୁ ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।ନିଯୁକ୍ତି ପତ୍ର ହାତରେ ଧରି ଯୁବପିଢ଼ିଙ୍କ ମନରେ ଭରିଛି ନୂଆ ଉତ୍ସାହ । ବିଭିନ୍ନ ନାମୀଦାମୀ କମ୍ପାନୀରେ ଚାକିରି ପାଇଥିବାରୁ ଚୟନିତ ଯୁବକଯୁବତୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।କେବଳ ଚାକିରି ନୁହେଁ, ଯୁବପିଢ଼ିଙ୍କୁ ଆତ୍ମନିର୍ଭରତାର ବାଟ ଦେଖାଇବା ଦିଗରେ ଏଭଳି ନିଯୁକ୍ତି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବାଙ୍କୀର ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ଏହି ନିଯୁକ୍ତି ସୁଯୋଗ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିଛି ।

Exit mobile version