Site icon Awaj Media

ଜାମସେଠ ପଞ୍ଚାୟତରେ ବିଜେପିର ଶକ୍ତି ବୃଦ୍ଧି : ୩୫ ଜଣ କର୍ମୀ ବିଜେପିରେ ସାମିଲ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଇକମାଳ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଜାମସେଠ ପଞ୍ଚାୟତର ୩୫ ଜଣ ବିଜେଡି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ କାର୍ଯ୍ୟଶୈଳୀ, ଚିନ୍ତାଧାରା ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ଜାମସେଠ ପଞ୍ଚାୟତ ବିଜେଡି ସଭାପତି ଦେବାଶିଷ ପଟ୍ଟନାୟକ ମଧ୍ୟ ରହିଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ନିଜ ଦଳକୁ ସ୍ୱାଗତ କରିଥିଲେ। ଏହି ଯୋଗଦାନ ଫଳରେ ଜାମସେଠ ପଞ୍ଚାୟତରେ ବିଜେପି ସଂଗଠନ ଆହୁରି ମଜଭୁତ ହେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି । ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା କର୍ମୀମାନେ ପୂର୍ବତନ ଦଳରେ କର୍ମୀଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଉନଥିବା ଏବଂ ଦଳୀୟ କାର୍ଯ୍ୟରେ ଏକଛତ୍ରବାଦ ଚାଲିଥିବା ଅଭିଯୋଗ କରିଥିଲେ। ପଞ୍ଚାୟତର ବିଭିନ୍ନ ସମସ୍ୟା, ବିଶେଷକରି ଡାକ୍ତର ସମସ୍ୟା, ରାସ୍ତାଘାଟର ଦୁରବସ୍ଥା ଆଦି ପ୍ରତି ଗୁରୁତ୍ୱ ଦେଇ ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେମାନେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଶ୍ରୀ ପୁରୋହିତ ନୂତନ କର୍ମୀମାନଙ୍କ କଥା ଶୁଣିବା ସହ ପଞ୍ଚାୟତର ସମସ୍ୟା ଗୁଡ଼ିକର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ମିଶ୍ରଣ ପର୍ବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ସହ ବରଗଡ଼ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ,ପୂର୍ବତନ ପାଇକମାଳ ମଣ୍ଡଳ ସଭାପତି କୈଳାଶ ଦିଶ୍ରୀ, ମାଣ୍ଡୋଷିଲ ମଣ୍ଡଳ ସଭାପତି ଯତୀନ ସାହୁ, ଅଲେଖ ସାହୁ, ଯୋଗେନ୍ଦ୍ର ଭୋଇ, ବିରଞ୍ଚି ବେହେରା ପ୍ରମୁଖ ଙ୍କ ସହ ଅନେକ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

Exit mobile version