ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗନ୍ଧମାର୍ଦ୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ଯ ମହାସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ନୃସିଂହନାଥ ଆୟୋସିଲ ଧର୍ମଶାଳାରେ ସୋମବାର ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ରେ ଆୟୁର୍ବେଦ ମହା ବିଦ୍ୟାଳୟ ର ଲୁମୁନି ଉଦ୍ୟନ ରେ ୩୫୦ ପ୍ରକାର ଔଷଧ ଦିୟ ବୃକ୍ଷ ବୁଲି ଦେଖି ଥିଲେ। ଦ୍ୱିତୀୟ ଦିନ ରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପାରମ୍ପରିକ ବୈଦ୍ଯ, ଆୟୁର୍ବେଦିକ ଡାକ୍ତର, ପିଜି ଛାତ୍ରଛାତ୍ରୀ, ଉଦ୍ଭିଦ ବିଜ୍ଞାନୀ ତଥା ଜଙ୍ଗଲ ବିଭାଗର କର୍ମକର୍ତ୍ତା ମିଶି ଗନ୍ଧମାର୍ଦ୍ଦନ ପର୍ବତର କପିଳଧାର ଠାରୁ ଆରମ୍ଭ କରି ଗୁପ୍ତେଶ୍ଵର ଆଖପାଖ ଅଞ୍ଚଳରେ ବନୌଷଧି ଅନ୍ୱେଷଣ କରିଥିଲେ । ତୃତୀୟ ଦିବସରେ ବୈଦ୍ଯ ଶାନ୍ତନୁ କୁମାର ବୁଧିଆ, ଅଧକ୍ଷତା ରେ ଆୟୋସିଏଲ ସଭା ଗୃହ ରେ ଆୟୁର୍ବେଦ ଉପରେ ଚର୍ଚ୍ଚା ରେ ଅତିଥି ଭାବେ ପୃବତନ ସାଂସଦ ଭବାନୀ ଶଙ୍କର ହୋତା, ଆୟୁର୍ବେଦ ମହା ବିଦ୍ୟାଳୟ ବଲାଙ୍ଗୀର ର ଅଧକ୍ଷ ମନୋଜ ସାହୁ, ସ୍ୱାମୀ ସମବେଶ ଜୀ, ବୈଦ୍ଯ ହରିଶ୍ଚନ୍ଦ୍ର ବେହେରା, ବୈଦ୍ଯ ତେଜରାଜ ସିଂ, ବୈଦ୍ଯ ଜଗଦୀଶ ପସାୟତ, ଡାକ୍ତର ନିଗମାନନ୍ଦ ବଳ, ଡକ୍ଟର ସୁଶିଲ କୁମାର ଉପାଧ୍ୟାୟ, ଡାକ୍ତର ଜେଏନ ପୁରୋହିତ, ଅର୍ଜୁନଲାଲ ଶ୍ରୀବାସ, ଜେଠୁ ଭୋଇ , ରବିନ୍ଦ୍ର କୁମାର ନାରନୋଲିଆ, ପ୍ରମୁଖ ଭାଗ ନେଇଥିଲେ । ଉପସ୍ଥିତ ସମସ୍ତ ବେଦ୍ୟ ମାନଙ୍କୁ ଉପଢ଼ୋକ ଦେଇ ସମ୍ମନିତ କରାଯାଇ ଥିଲା। ଜଙ୍ଗଲରେ ବିଷ୍ଣୁଜଡି, ଚକ୍ରକେଦାର, ଜୀବକ, ଋଷଭକ, ଜୀବନ୍ତୀ, ଶାବଲଭଞ୍ଜ, ରକ୍ତମହାଜାଲ, ଭୁଲେନଜଡି, ପାନବେଲ, ଓ ଅଷ୍ଟବର୍ଗର କିଛି ଔଷଧ ଚିହ୍ନଟ କରିଥିଲେ । ବୈଦ୍ୟ ଓ ଆୟୁର୍ବେଦ ପ୍ରେମୀ ଗନ୍ଧମାର୍ଦ୍ଦନର ସର୍ବକାଳୀନ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ ।
ନୃସିଂହନାଥ ଠାରେ ଚାଲିଥିବା ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ଉଦଯାପିତ !!!

