Site icon Awaj Media

ବନ୍ଦ ର ପ୍ରଭାବ : ରାଜଧାନୀରେ ସବୁ ହୋଇଗଲା ଠପ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜ୍ଞାନେନ୍ଦ୍ର ଙ୍କ ଇସ୍ତଫା , ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା , ଏମ ଏମ ଡ଼ି ଆର ଆକ୍ଟ ଦାବୀ ନେଇ ସାରା ରାଜ୍ୟରେ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ ! ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏଁ ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ ! ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଥିଲା ଆନ୍ଦୋଳନ ର ଜୋରଦାର ପ୍ରଭାବ ! ମାଷ୍ଟର କ୍ୟାଣ୍ଟିନ ଛକରେ ଇଣ୍ଡି ମେଣ୍ଟର ବିଭିନ୍ନ ଦଳର ନେତା ଏବଂ କର୍ମୀ ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ବନ୍ଦ ରେ ସାମିଲ ହୋଇଥିଲେ ! ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ଆନ୍ଦୋଳନକାରୀ ! ଖଣ୍ଡଗିରି ଛକ ଠାରୁ ଆରମ୍ଭ କରି ରସୁଲଗଡ , ସହର ମଧ୍ୟରେ କଳ୍ପନା ଛକ , ରାଜମହଲ , ଏଜି ଛକ , ମାଷ୍ଟର କ୍ୟାଣ୍ଟିନରେ ଶହ ଶହ ଆନ୍ଦୋଳନକାରୀ ଉପସ୍ଥିତ ରହି ପିକେଟିଂ ମାଧ୍ୟମରେ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରିବା ସହ ଗାଡି ଚଳାଚଳ ବନ୍ଦ କରିଥିଲେ ! ବାର ଘଣ୍ଟିଆ ବନ୍ଦ କୁ ଆଖି ଆଗରେ ରଖି କମିଶନରେଟ ପୁଲିସ ତରଫରୁ ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା !

 

Exit mobile version