Site icon Awaj Media

ଯୋଶ -ଟିମ ‘ର ଶୁଭାରମ୍ଭ : ଟିବି ରୋଗର ବିନାଶ ପାଇଁ ଯୁବପିଢ଼ି ପ୍ରସ୍ତୁତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ଯକ୍ଷ୍ମ ମୁକ୍ତ ଭାରତ ଅଭିଯାନ ‘ଯୋଶ -ଟିମ’ର ଭରଚୁଆଲ ଶୁଭାରମ୍ଭ ଡମପଡା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇ ଯାଇଅଛି |ଉକ୍ତ ଶୁଭାରମ୍ଭର ଦୁଇଟି ପୃଥକ ସ୍ଥାନରେ ଡମପଡା ବ୍ଳକ ବିଡିଓ ଅଂଶୁମାନ ଦାସ, ବାଙ୍କୀ ଉପଖଣ୍ଡ ଅଧୀକ୍ଷକ ଡାକ୍ତର ଆଲୋକ କୁମାର ପଟ୍ଟନାୟକ, ଡମପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ଷୁଷ୍ପଲତା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ବାଙ୍କୀ ଅଂଚଳର ପାଞ୍ଚ ଜଣ ଜନ ପ୍ରତିନିଧି ,ବାଙ୍କୀ ହସ୍ପିଟାଲ ମ୍ୟାନେଜର ଶଶିକାନ୍ତ ମିଶ୍ର, ଡମପଡା ବିପିମ ପୁଷ୍ପମିତ୍ରା ଦାସ, ଅନୀତା ମହାରଣା, ସୁପରଭାଈଜର ଦୁଃଶାସନ ବେହେରା, ମୋ ଭାରତ ସ୍ବେଛାସେବୀ ସୁବ୍ରତ ନାୟକ ପ୍ରମୁଖ ଭରଚୁଆଲ ସଭାରେ ଯୋଗ ଦେଇ ନିଜର ମତ ଉପସ୍ଥାପନା କରିଥିଲେ |ଯକ୍ଷ୍ମ ରୋଗ (ଟିବି )ର ସମୂହ ନିରାକରଣ ସହିତ ରୋଗ ବିନାଶ ପାଇଁ ଭାରତର ଯୁବପିଢ଼ି ପ୍ରସ୍ତୁତ ଅଛନ୍ତି ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ |ବରିଷ୍ଠ ଚିକିତ୍ସା ପରିଦର୍ଶକ ଭବାନୀ ଶଙ୍କର ପଟ୍ଟନାୟକ ସଭା ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ | ମୋ ଭାରତ ସ୍ବେଛାସେବୀ ତଥା ରାଣୀ ଶୁକଦେଇ ଫାଉଣ୍ଡେସନ ଟ୍ରଷ୍ଟର ସାଧାରଣ ସମ୍ପାଦିକା ଶ୍ରୀମତୀ ସବିତା ମଲ୍ଲିକ ସ୍ଵ ଇଚ୍ଛାରେ ନିଖୟ ମିତ୍ର ହୋଇ ୬ ମାସ ପାଇଁ ଜଣେ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ପ୍ୟାକେଟ ଦେବା ପାଇଁ ନିଜର ସହମତି ଆଜିର” ଯୋଶ ଟିମ “ର ଶୁଭାରମ୍ଭରେ ପ୍ରକାଶ କରିଥିଲେ |

Exit mobile version