Site icon Awaj Media

ଓଡ଼ିଶା ବନ୍ଦ : ପାରାଦୀପ କୁଜଙ୍ଗ ରେ ବନ୍ଦ ର ପ୍ରଭାବ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଓଡ଼ିଶା ବନ୍ଦ ର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି। କଂଗ୍ରେସ ଏବଂ INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରେ କୁଜଙ୍ଗ ବ୍ଲକ୍‌ ସମେତ ପାରାଦୀପ ଓ ଆଖପାଖ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏପଟେ କଟକ ପାରାଦୀପ ରାସ୍ତା ଅବରୋଧକୁ ନେଇ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ଦେଖାଦେଇଛି । ଆଜି ସକାଳୁ ଓଡ଼ିଶା ବନ୍ଦର ପ୍ରଭାବ କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ପରିଲକ୍ଷିତ ହୋଇଛି । ବନ୍ଦ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବା ସହ ଦୋକାନବଜାର ବନ୍ଦ କରିଛନ୍ତି। ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । କୁଜଙ୍ଗରେ କଂଗ୍ରେସ କର୍ମୀମାନେ କଟକ ପାରାଦୀପ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଖାଲି କରିବାକୁ ପୁଲିସ ପହଞ୍ଚିବା ପରେ କୁଜଙ୍ଗ ଥାନା ଅଧିକାରୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଅନ୍ୟପଟେ ପାରାଦୀପ ଦୋଛକି, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଡାକରେ କୁଜଙ୍ଗଠାରୁ ପାରାଦୀପ ରାସ୍ତାଘାଟରୁ ଦୋକାନବଜାର, ସବୁଠି ପ୍ରଭାବ ଦେଖିବାକୁ ମିଳିଛି। ଏବେ ନଜର ରହିଛି, ବନ୍ଦର ପ୍ରଭାବ ଆଉ କେତେ ସମୟ ଯାଏଁ ଜାରି ରହୁଛି।

Exit mobile version