Site icon Awaj Media

କାନ୍ଥରେ ଦଣ୍ଡମୁକ୍ତ ଅଞ୍ଚଳ ସ୍ଲୋଗାନ : ଦେହ ସାରା ବେତ ମାଡ଼ରେ ନୋଡା ଫଟା ଦାଗ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭାଇରାଲ ହେଉଛି ସ୍କୁଲ ପିଲାଙ୍କୁ ସାରଙ୍କ ନିସ୍ତୁକ ମାଡ଼ ଫଟୋ | ବିଦ୍ୟାଳୟ ମାନଙ୍କରେ ବିଗତ ସରକାରଙ୍କ ଶାସନ ସମୟରେ ଶିକ୍ଷକଙ୍କ ପିଲାଙ୍କୁ ମାଡ଼ ମାରିବା ଉଠି ଯାଇଥିଲା | ଏଥିପାଇଁ ସ୍ୱତନ୍ତ୍ର ଭାବେ ସବୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଦଣ୍ଡମୁକ୍ତ ଅଂଚଳ ଲେଖାଯାଇଛି | ବାଙ୍କୀ ଡମପଡା ବ୍ଳକ କୁସୁପଙ୍ଗି ଗ୍ରାମ ପଂଚାୟତର ସରକାରୀ ଏମ. ଇ ବିଦ୍ୟାଳୟର ପିଲାଙ୍କୁ ମାଡ଼ ମାଡ଼ ମରା ଯାଇଥିବାର ଦୃଶ୍ୟଟିଏ ଦୁଇଦିନ ହେବ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି | ଘଟଣାଟିର ବାସ୍ତବତାର ସତ ମିଛ କୁ ଅନୁସନ୍ଧାନ କଲାବେଳେ ଜଣା ପଡିଛି ଯେ, ମାଡ଼ ଖାଇଥିବା ପିଲାର ଅଭିଭାବକ ଏବଂ ମାଡ଼ ମାରିଥିବା ଶିକ୍ଷକଙ୍କ ଭିତରେ ଘଟଣାଟି ସମାଧାନ ହୋଇଛି | ଉକ୍ତ ଘଟଣାଟି ଯଦିଓ ଥାନା ଏବଂ ଡମପଡା ବ୍ଳକ ଓ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ଯାଇଛି କିନ୍ତୁ ଗାଁ ର କଥାକୁ ସ୍ଥାନୀୟ ଜନ ପ୍ରତିନିଧି, ବିଧାୟକ, ଗ୍ରାମର କିଛି ମୁରବୀ ଏବଂ ପୋଲିସଙ୍କ ଉପସ୍ଥିତିରେ ଗୋଟେ ପ୍ରକାର ମୌଖିକ ଲେଖାପଢ଼ା ହୋଇ ସମାଧାନ ହୋଇଅଛି | ଯେହେତୁ ଘଟଣା ସମାଧାନ ଏବଂ ଥାନାରେ କୌଣସି କେସ ରୁଜୁ ହୋଇନାହିଁ, ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ଗଣମାଧ୍ୟମ ହିସାବରେ ଖବରଟିକୁ କାହାର ନାମ ନ ନେଇ ପ୍ରକାଶିତ କରୁଛୁ |

ଗ୍ରାମର କିଛି ସାମାଜିକ କର୍ମୀଙ୍କ କହିବାନୁସାରେ ଭାଇରାଲ ଫଟୋ ସମ୍ପୂର୍ଣ ସତ୍ୟ ଅଟେ | କୁସୁପଙ୍ଗି ଗ୍ରାମର ସ୍ଥାୟୀ ବାସିନ୍ଦା ଥିବା ଜଣେ ଶିକ୍ଷକ ନିଜ ଗାଁ ରେ ଶିକ୍ଷକତା କରନ୍ତି | ଘଟଣା ଦିନ ଦୁଇ ପିଲା ପରସ୍ପର ଭିତରେ ଗଣ୍ଡଗୋଳ ହୋଇ ସାରଙ୍କ ପାଖକୁ ଯାଇଥିଲେ | ସାରା ସେଦିନ ପ୍ରଚୁର ମଦପାନ କରି ନିଜ ଘରୁ ବିଦ୍ୟାଳୟକୁ ଆସିଥିଲେ | ପାରିବାରିକ ଅଶାନ୍ତି ଭିତରେ ଥିବା ଶିକ୍ଷକ ଜଣଙ୍କ ନିର୍ଧୁମ ପିଟିଥିଲେ ଉକ୍ତ ଅଭିଯୋଗକାରି ପିଲାଟିକୁ | ମାଡରେ ଦୁଇଟି ବେତ ବାଡ଼ି ସେଦିନ ଭାଙ୍ଗି ଯାଇଥିଲା | ଘଟଣା ପ୍ରଘଟ ପରେ ବିଦ୍ୟାଳୟରେ ଅଭିଭାବକ ଏବଂ କିଛି ଗାଁ ଲୋକ ହୋ ହଲ୍ଲା କରିଥିଲେ | ଗାଁ ର ଶିକ୍ଷକ, ଗାଁ ର ପିଲା ତେଣୁ ଗାଁ ର ସମ୍ମାନ ପାଇଁ କୁଆଡେ ଗାଁ କଥାକୁ ସମାଧାନ କରି ଚପାଇ ଦିଆଯାଇଛି | ଏଠି କଥା ଉଠୁଛି ଯଦି ଅଭିଭାବକ ଜଣଙ୍କ ନିଜ ପିଲାର ନ୍ୟାୟ ପାଇଁ ମେଡିକାଲ, ଶିକ୍ଷା ଅଧିକାରୀ, ପୋଲିସ ପାଖରେ ଅଭିଯୋଗ କଲେ, ତେବେ ଚୁପ ରହିବା କେତେଦୂର ଠିକ ହେଲା | ପ୍ରଶାସନିକ ସ୍ତରରେ ଯଦି ପ୍ରମାଣ ନ ମିଳେ, ବହିସ୍କୃତ ନ ହୋଇ ଉକ୍ତ ଶିକ୍ଷକ ଜଣଙ୍କ ପୁନର୍ବାର ଭବିଷ୍ୟତରେ ଆଉ ଏକ ଏହାଠୁ ଅଧିକ ଧର୍ତ୍ତବ୍ୟ ଅପରାଧ (ମଦ ପି ସ୍କୁଲରେ ପିଲାଙ୍କୁ ମରଣାନ୍ତକ ମାଡ଼ ଦେବା ) କରନ୍ତି, ତେବେ କିଏ ରହିବ ଦାୟୀ…..!!! ମଣିଷ ତିଆରି କାରଖାନାରେ ସୁସ୍ଥ ସମାଜ ଭିତରେ ସୁସ୍ଥ ବାତାବରଣ ପାଇଁ ଶପଥ ନେଇ ଚାକେରି କରୁଥିବା ଶିକ୍ଷକଟିଏ କେବେ ହେବ ସଚେତନ.. ¡¡ ଏମିତି ପ୍ରଶ୍ନବାଚୀ ସୃଷ୍ଟି କରୁଛି କୁସୁପଙ୍ଗି ଗ୍ରାମର ସବୁ ପିଲାଙ୍କ ବାପା ମାଆଙ୍କ ମନ ଭିତରେ |

Exit mobile version