Site icon Awaj Media

ଅବକାରୀ ବିଭାଗକୁ ବଡ଼ ସଫଳତା : ଦାମୀ କାର ସହ 460 ଲିଟର ଦେଶୀ ମଦ ଜବତ – ଜଣେ ଅଭିଯୁକ୍ତ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା , ଦାମୀ କାର ସହ 460 ଲିଟର ଦେଶୀ ମଦ ଜବତ ଓ ଜଣେ ଅଭିଯୁକ୍ତ ଗିରଫ ! ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଲେ ସଦର ରେଞ୍ଜ ଅବକାରୀ ନିରୀକ୍ଷକ ତ୍ରୀପତି ପଟ୍ଟନାୟକ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ କାର୍ଯ୍ୟଳ ୟ ଠାରେ ସଦର ରେଞ୍ଜ ଅବକାରୀ ନିରୀକ୍ଷକ ତ୍ରିପତି ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କହିଛନ୍ତି ଯେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଦାମୀ ଗାଡ଼ିରେ ୪୬୦ ଲିଟର ଦେଶୀ ମଦ ଚାଲାଣ ହେଉଥିବା ଜଣା ପଡିଥିଲା। ଗାଡ଼ିକୁ ଜବତ କରିବ। ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି। ସଦର ରେଞ୍ଜ ଅବକାରୀ ନିରୀକ୍ଷକ ତ୍ରିପତି ପଟ୍ଟନାୟକ।ଏହି ଚଢ଼ାଉ ସମୟରେ ଏ ଏସ୍ ଆଇ ନୀଳାମ୍ବର ନାୟକ, ଏ ଏସ୍ ଆଇ ମିନତୀ ପାଇକ ଙ୍କ ସମେତ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ ବୋଲି ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି।

Exit mobile version