ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହେନ୍ଦ୍ରା ଶିକ୍ଷାନୁଷ୍ଠାନ ପ୍ରାଇଭେଟ୍ ଲିମିଟେଡ ଏବଂ ମିଶନ ରକ୍ତଦାନ ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶାଳ ରକ୍ତଦାନ ଶିବିର ରୁ ୧୧୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରକୁ ମହେନ୍ଦ୍ରା ଶିକ୍ଷାନୁଷ୍ଠାନ ଓଡ଼ିଶା ଶାଖା ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ରାଣୀ ସିଂହ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ନୂତନ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ସ୍ଥାନୀୟ କର୍ପୋରେଟର ଦୀପକ କୁମାର ମିଶ୍ର, ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନର ନିର୍ଦ୍ଦେଶକ ଡ ବେଣୁଧର ସେନାପତି, ବିଶିଷ୍ଟ ଶିକ୍ଷାବିତ୍ ସୂର୍ଯ୍ୟ ନାରାୟଣ ଗୌଡ଼ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ମହେନ୍ଦ୍ର ଏଜୁକେସନାଲ୍ ପ୍ରାଇଭେଟ୍ ଲିମିଟେଡ୍ବ ଅଧ୍ୟାପକମଣ୍ଡଳୀ ଶୁଭପ୍ରକାଶ ପଲାଇ , ଲକ୍ଷ୍ମୀପ୍ରିୟା ଦାସ, ମମତା ସେନାପତି, କାହ୍ନା ସାର, ଭାରତେନ୍ଦୁ ପାଣ୍ଡେ , ଗୁରୁ ପ୍ରସାଦ, ମମିତା ସାହା, ଶୁଭ୍ରକାନ୍ତ ମହାନ୍ତି ସ୍ୱେଚ୍ଛାସେବକ ମଣ୍ଡଳୀ ଅଜିତ ସାହୁ ,ହେଲେନ୍ ବେହେରା, ଶୁଭଶ୍ରୀ ପ୍ରିୟଦର୍ଶିନୀ, ଚିନ୍ମୟ ଜେନା , ଭାଗୀରଥ ବେହେରା, ସଞ୍ଜୟ ନାୟକ, ଲାଗେନ୍ ଟୁଡୁ ଏବଂ ମିଶନ ରକ୍ତଦାନ ର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ଭୁବନେଶ୍ୱର –ମହେନ୍ଦ୍ରା ଶିକ୍ଷାନୁଷ୍ଠାନ ରୁ ୧୧୦ ୟୁନିଟ୍ ରକ୍ତ ସଂଗୃହୀତ !!!

