ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ଅରପୁର ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସବୁଜସାଥି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଚକାପଦା ଗ୍ରାମର ଆଦର୍ଶ ଯୁବ ପରିଷଦ ଆନୁକୂଲ୍ୟରେରେ ଏକ ବୃକ୍ଷରୋପଣ ଏବଂ ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି |ଅରପୁର ଗ୍ରାମର ବାସନ୍ତୀ ଗୋକୁଳାନନ୍ଦ ମାର୍ଗ ରାସ୍ତାର ଉଭୟ ପାର୍ଶ୍ୱରେ କୋଡିଏ ରୁ ଅଧିକ ବଉଳ କୋଳି ଗଛ ଲଗାଯାଇଥିଲା | ପଥଚାରୀ ମାନଙ୍କୁ ଅନ୍ୟ ଗଛ ସବୁ ବଣ୍ଟା ଯିବା ସହିତ ପରିବେଶ ଉପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ କୁଇଜ ପ୍ରତିଯୋଗିତା କରାଯାଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ହୋଇଥିଲା | ଅତିଥି ବିଚାରକ ଭାବେ ଅଧ୍ୟାପିକା ମମତା ଜେନା, ଯୁବ ସଂଗଠକ ଅକ୍ଷୟ କୁମାର ସାମଲ ଏବଂ ବରିଷ୍ଠ କବି ଶଶୀଭୂଷଣ ତ୍ରିପାଠୀ ଯୋଗ ଦେଇଥିଲେ |ବୃକ୍ଷରୋପଣ କରିବାରେ ସଭ୍ୟ ସ୍ମୃତିରାଜ ନାୟକ, ତନ୍ମୟ ବେହେରା, ପ୍ରଶାନ୍ତ ସ୍ବାଇଁ, ସୁବ୍ରତ ନାୟକ ପ୍ରମୁଖ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ସଂଯୋଜକ ସୁବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ମହାଳୟା ପରି ପବିତ୍ର ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି |
ମହାଳୟାରେ ପିତୃପୁରୁଷଙ୍କ ସ୍ମୃତିରେ ବୃକ୍ଷରୋପଣ !!!

