Site icon Awaj Media

ସହିଦ ମାନଙ୍କ ଉଦେଶ୍ୟରେ ସ୍ମୃତି ସଭା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ସିମୋର ଗ୍ରାମପଞ୍ଚାୟତର କଣ୍ଟାମଳିମ ଗ୍ରାମରେ ସହିଦ ମାନଙ୍କ ପାଇଁ ଏକ ସ୍ମୃତି ସଭା ପାଳିତ ହୋଇଯାଇଛି l ସୂଚନା ଅନୁଯାୟୀ 1804 ମସିହାରେ ଯେତେବେଳେ ଇଂରେଜ ଶାସନ ଚାଲିଥିଲା, କୁସୁପଲ୍ଲା ଗଡ଼ର ପାଇକ ମାନେ କଣ୍ଟାମଳିମ ଗ୍ରାମକୁ ଗଡ଼ ର ଅସ୍ତ୍ରାଗାର କରି ସେଠରେ ସମସ୍ତ ଅସ୍ତ୍ର ଶାସ୍ତ୍ର ରଖୁଥିଲେ l ଯାହାକୁ ଉକ୍ତ ଗଡ଼ର ବୀର ଯୋଦ୍ଧାମାନେ ନିଜ ଦାୟିତ୍ୱରେ ରଖୁଥିଲେ l ଏହାକୁ ଗୋରା ସରକାର ଜାଣିବାରୁ ସେ କଣ୍ଟାମଳିମ ଗଡ଼ ଉପରେ ଆକ୍ରମଣ କରିବାରୁ 19 ଜଣ ବୀର ପାଇକ ଯୋଦ୍ଧା ସହିଦ ହୋଇଥିଲେ l ଯାହାକି 1804 ମସିହା ମହାଳୟା ଅମାବାସ୍ୟାର ପୂର୍ବ ଦିନ ହୋଇଥିଲା l ସେହିଦିନ ଠାରୁ, ସେହି “ସହିଦ” ଯୋଦ୍ଧା ମାନଙ୍କ ଉଦେଶ୍ୟରେ ଉକ୍ତ ଗ୍ରାମରେ ମହାଳୟା ଅମାବାସ୍ୟା ପାଳନ ହୁଏ ନାହିଁ l ଏହି ହୃଦୟ ବିଦାରକ ଘଟଣାକୁ ମନେପକାଇ ପ୍ରତିବର୍ଷ ପରି ମଧ୍ୟ ଏହି ବର୍ଷ ସ୍ମୃତିସଭା ଆୟୋଜିତ ହୋଇଥିଲା l ଗ୍ରାମର ନୃସିଂହ ଛୋଟରାୟ, ଜଗଦୀଶ ଚନ୍ଦ୍ର ପାତ୍ର ଏବଂ ଗ୍ରାମବାସୀଙ୍କ ସହଯୋଗରେ ସ୍ମୃତି ସଭାର ଆୟୋଜନ ହୋଇଥିଲା l ସଭାରେ ଖଣ୍ଡାୟତ କଳ୍କୀ ସେନାର ରାଜ୍ୟ ସଭାପତି ମୁଖ୍ୟ ଅତିଥି ଏବଂ ସର୍ବେଶ୍ୱର ମାର୍ଥା, ପ୍ରବୀର ରାଉତରାୟ, ନବକିଶୋର ବିଧାର,ଦିବାକର ସୁନ୍ଦରାୟ ଏବଂ ସ୍ଥାନୀୟ ସରପଞ୍ଚ ସମ୍ମାନିତ ଅତିଥି ରୂପ ଯୋଗ ଦେଇଥିଲେ l ଜମ୍ବେଶ୍ୱର ମଙ୍ଗରାଜ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ l ପରିଶେସରେ ଭୋଗଡା ର ବୀର ପାଇକ ମାନଙ୍କର ଚିତାକର୍ଷକ ପାଇକ ଆଖଡ଼ା ଅଞ୍ଚଳ ବାସୀଙ୍କ ମନ ମୋହିଥିଲା !

Exit mobile version