ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜିକୁ ଦୁଇ ବର୍ଷ ହେବ ଦଶ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଯାତମୁଣ୍ଡିଆ ଠାରୁ ସାମନ୍ତରାପୁର ଗ୍ରାମ ପର୍ଯ୍ୟନ୍ତ ସରୁନାହିଁ | ବହୁ ବାଦବିବାଦ, ସାମାଜିକ କର୍ମୀଙ୍କ ସରକାରଙ୍କ ଠାରୁ ସୂଚନା ମାଗିବା ଓ ବାଙ୍କୀ ପ୍ରଶାସନର ଚାପ ଫଳରେ ରାସ୍ତା କାର୍ଯ୍ୟର ନିର୍ମାଣକାରି ଠିକାଦାର ସନ୍ଥା ବହୁ ବିଳମ୍ବରେ ତରତର ହୋଇ ନିମ୍ନମାନର କାର୍ଯ୍ୟ କରୁଥିବାର ତାଳବସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଆଉ ଗୋଟିଏ ସପ୍ତାହ ପରେ ଡମପଡା ଏବଂ ତାଳବସ୍ତରେ ପ୍ରସିଦ୍ଧ ଦୁର୍ଗାପୂଜା ପର୍ବ ଆରମ୍ଭ ହେଉଛି |ନବ ନିର୍ମିତ ରାସ୍ତାରୁ ପିଚୁ ଛାଡି ଯାଉଛି |ଠିକାଦାରଙ୍କ ସୁପର ଭାଇଜରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି | ତାଳବସ୍ତ ମୁଖ୍ୟ ବଜାର ରାସ୍ତା ଗୁଡିକ ଦେଢ଼ଫୁଟ ଉଞ୍ଚା ହେଉଥିଲେ ମଧ୍ୟ ସିମେଣ୍ଟ ବାଲି ଚିପ୍ସର ଭଗମାପ ଠିକ ରହୁନାହିଁ | ଅସରାଏ ବର୍ଷାରେ ରାସ୍ତାରୁ ବାଲିସବୁ ଧୋଇ ହୋଇ ଛୋଟ ବଡ଼ ଗ୍ରତ ସବୁ ତିଆରି ହୋଇ ଗଲାଣି |ଆଜି ନିମ୍ନମାନର କାର୍ଯ୍ୟ ପାଖରେ ତାଳବସ୍ତ ଗ୍ରାମର ଲୋକନାଥ ସାହୁ, ପ୍ରଦ୍ୟୁମ୍ନ କୁମାର ପାଳ, ବାନାମ୍ବର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି | ମୁଖ୍ୟ ରାସ୍ତାରୁ ବାବା କପିଳେଶ୍ଵରର ମନ୍ଦିର ଏବଂ ଚମ୍ପାଦେଇ ପୋଖରୀକୁ ଥିବା ପାଦଚଲା ରାସ୍ତାକୁ ସ୍ଲୋପିଙ୍ଗ କରାଯାଇ ନାହିଁ ବୋଲି ଦିପୁ ଗୋଛି ଅଭିଯୋଗ କରିଛନ୍ତି |ଏ ସମ୍ପର୍କରେ ଡମପଡା ବ୍ଳକ କନିଷ୍ଟ ଯନ୍ତ୍ରୀ ଲିପୁ ବେହେରାଙ୍କୁ ପଚାରିବାରେ କହିଥିଲେ ଯେ ଅଭିଯୋଗ ପାଇଛୁ ତେଣୁ ଠିକାଦାରଙ୍କୁ ତାଗିଦ ସହିତ ଅଭିଯୋଗ କାର୍ଯ୍ୟସ୍ଥଳ ରାସ୍ତା ତଦାରଖ କରାଯାଇଅଛି |
ତାଳବସ୍ତରେ ରାସ୍ତା କାମ ନିମ୍ନମାନର ଅଭିଯୋଗ !!!

