Site icon Awaj Media

ଗୋଡିପଟଣା ଗ୍ରାମ୍ୟ ରାସ୍ତାରେ ବୃକ୍ଷରୋପଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ଗୋଡିପାଟଣା ଗ୍ରାମର ତାଳବସ୍ତ ହଳଦିଆ ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରଘୁନାଥ କ୍ଲବ ତରଫରୁ ଜାମୁ ଗଛ ବହୁ ପରିମାଣରେ ଲଗା ଯାଇଥିଲା |ଏଠାରେ ସୂଚନା ଯୋଗ୍ୟ ଯେ ସରକାରଙ୍କ ତରଫରୁ ଦୁଇବର୍ଷ ହେବ ଯାତମୁଣ୍ଡିଆ ରୁ ସାମନ୍ତରାପୁର ପର୍ଯ୍ୟନ୍ତ ଥିବା ଦଶ କିଲୋମିଟର ରାସ୍ତାର ପ୍ରଶସ୍ତି କାରଣ କାମ ଚାଲୁଅଛି |ଏଥିପାଇଁ ତଳବସ୍ତ ଡମପଡା ଜଙ୍ଗଲ ବିଭାଗ ବହୁତ ଶହ ଶହ ବର୍ଷର ପୁରୁଣା ଗଛ ସବୁ କାଟି ଦେଇଛି କିନ୍ତୁ ସେହି ଶୂନ୍ୟ ସ୍ଥାନ ପୂରଣ କରି ଅଧିକ ଗଛ ଲଗାଇବା ଭୁଲିଯାଇଛି | ରଘୁନାଥ କ୍ଲବ ପରି ଡମପଡା ବ୍ଳକର ବହୁ ସ୍ବେଛାସେବୀ ନିଜ ପକେଟ ସଂଚିତ ଟଙ୍କାରେ ଗାଁ ରାସ୍ତା, ମନ୍ଦିର ପରିସର ମାନଙ୍କରେ ବୃକ୍ଷ ରୋପଣ ସହିତ ପରିବେଶ ସଚେତନ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି | ଉକ୍ତ ସଚେତନ ସଭା ପର୍ବରେ ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ , ରଘୁନାଥ କ୍ଲବର ସଭାପତି ଆଦିତ୍ୟ ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ସ୍ୱାଇଁ, ସାମାଜିକ କର୍ମୀ ସୁବ୍ରତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରକୃତିପ୍ରେମୀଙ୍କୁ ଉତ୍ସାହିତ କରିଥିଲେ | ଅସହ୍ୟ ଗୁଳୁଗୁଳି ତାତି ଭିତରେ ବି, ଯୁବ ସ୍ବେଛାସେବୀ ଆଦିତ୍ୟ ସାହୁ, ସାଗର ସାହୁ, ସୌମ୍ୟରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |

Exit mobile version