Site icon Awaj Media

ଅନାହତ ଗୁମ୍ଫା ପରିସରରେ ବୃକ୍ଷରୋପଣ ଓ ଗଛର ସୁରକ୍ଷା କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗୀ ଗ୍ରାମପଞ୍ଚାୟତ ଅଧିନସ୍ଥ ଡମପଡ଼ା-ଚନ୍ଦକା ହସ୍ତୀ ଅଭୟାରଣ୍ୟର ପାଦଦେଶରେ ଅବସ୍ଥିତ ଅନାହତ ଗୁମ୍ଫା ସହିତ ବୀର ଗୁମ୍ଫା ପରିସରରେ ଆଦର୍ଶ ଯୁବ ପରିଷଦ ଓ ଅନାହତ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଓ ଅନାହତ ବିକାଶ ପରିଷଦର ସମ୍ପାଦକ ବିଭୂତି ବେଉରାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବଉଳ, ଜାମୁକୋଳି, କଇଁଆ, ଅଁଳା ଆଦି ବୃକ୍ଷରୋପଣ କରାଯାଇଥିଲା। ଅଧୁନା ସୁସ୍ଥ ପରିବେଶ ପାଇଁ ଜାମୁକୋଳି ଓ କଇଁଆ ଗଛର ଅନେକ ଆବଶ୍ୟକତା ରହିଛି। ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମଙ୍ଗୁଆଳ, ବାଣୀପଦ ଦୀକ୍ଷିତ, ମିଞା ରଣା ଓ ଶଶୀଭୂଷଣ ତ୍ରିପାଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟପକ୍ଷରେ କବି ଯଦୁମଣି ଲେଙ୍କା ସ୍ବଇଛାରେ ଗଛ ଗୁଡିକର ରକ୍ଷାଣ ବେକ୍ଷଣ ଦାୟିତ୍ୱ ନେବା ପାଇଁ ମତ ଦେଇଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ତାଙ୍କୁ ସାଧୁବାଦ ଜଣାଇଥିଲେ। ଯାହା ଦ୍ଵାରା ଗଛକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷା ଦିଆଯାଇପାରିବ । ଏହାସହିତ କିଛି ପୂର୍ବରୁ ଲଗାଯାଇଥିବା ବଟ ବୃକ୍ଷଗୁଡିକର ରକ୍ଷାଣ ବେକ୍ଷଣ ସେ ମଧ୍ଯ କରୁଛନ୍ତି। ଏହା ସହିତ ନିଜ ନିଜ ବାଡିରେ ଚାରାରୋପଣ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା।। ପରିଶେଷରେ ସଭାପତି ବୁଲୁ ବାବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version