ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମୋତୀ ଦାଶଙ୍କ 102 ତମ ଜନ୍ମ ଦିନ ପାଳିତ , ତାଳବସ୍ତ ଅଂଚଳର ଶତାୟୁ ଧର୍ମପରାୟଣ ମହିଳା ମୋତୀ ଦାଶ | ଦାଶ ପରିବାର ସୌଜନ୍ୟରେ ଡମପଡା ବ୍ଳକ ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମର ଶତାୟୁ ବୟୋଜଷ୍ଠା ଧର୍ମ ପରାୟଣ ମହିଳା ମୋତୀ ଦାଶଙ୍କ 102 ତମ ଜନ୍ମ ଉତ୍ସବ ମହାସମାରୋହରେ ଆଜି ତାଙ୍କ ବାସଭବନ ପରିସରରେ ଶୁଭେଛୁ, ପ୍ରିୟ ଅନୁଷ୍ଠାନ ଏବଂ ପରିବାର ଗହଣରେ ପାଳିତ ହୋଇଯାଇଛି | ଯୁବ ବ୍ୟବସାୟୀ ତଥା ସମାଜସେଵୀ ବାପି ସରକାରଙ୍କ ସଂଯୋଜନାରେ ଜନ୍ମ ଉତ୍ସବ ପାଳିତ ହୋଇଥିଲା | ପରିବାର ସଦସ୍ୟ ଏବଂ ବିଭିନ୍ନ ସଂଗଠନର ଶୁଭେଛୁ ମାନେ ଉପସ୍ଥିତ ରହି ମୋତୀ ଦାଶଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ | ପୁତ୍ର ରାଧାନାଥ ଦାଶ, ମାଧବ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ବର୍ତ୍ତମାନ ମୋତୀ ଦାଶ 102 ବର୍ଷ ବୟସରେ ବି ଚଳ ଚଞ୍ଚଳ ରହିଵା ସହିତ ମନ୍ଦିର ଯିବା ଏବଂ ନିଜର ଦୈନନ୍ଦିନ କାମ ପାଇଁ କାହା ଉପରେ ନିର୍ଭର ନକରି ନିଜେ ହିଁ କରିଥାନ୍ତି ବୋଲି ନାତି ବାପି ସରକାର କହିଛନ୍ତି |

