Site icon Awaj Media

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନାଫ୍ରିରେ ମୋ’ ଗାଁ – ମୋ’ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅନ୍ତର୍ଜାତୀୟ ଲୋକ ସଂଗଠନ କଲଚ୍ୟୁରାଲ୍ ହବ୍ ଫର୍ ଇଣ୍ଟରନେସନାଲ୍ ନ୍ୟୁ-ଏଜ୍‌ଡ଼ ମାସିଭ ଆର୍କାଡ଼ିଆନ୍‌ ୟୁଥ୍ସ ଆବ୍ଲାଟିଭ (ଚିନ୍ମୟ) ଫାଉଣ୍ଡେସନ୍‌ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ଗ୍ରାମୀଣ ପ୍ରତିଭା ଅନ୍ୱେଷଣ ଅଭିଯାନ ପକ୍ଷରୁ ସମଗ୍ର ବିଶ୍ୱର ପ୍ରତ୍ୟେକ ଗାଁ ଗହଳିର ପ୍ରତିଭା ମାନଙ୍କୁ ନେଇ ଜାରି ରହିଛି ଆନ୍ତର୍ଜାତୀୟ ମୁକ୍ତାକାଶ ସାଂସ୍କୃତିକ ହାଟ ଓ ମୋ’ ଗାଁ – ମୋ’ ପ୍ରତିଭା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ନାଫ୍ରି ଠାରେ ଫାଉଣ୍ଡେସନର କାର୍ଯ୍ୟକର୍ତାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବାର ଦେଖିବାକୁ ମିଳିଛି। ବିଶ୍ୱ ସଂସ୍କୃତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ସମଗ୍ର ବିଶ୍ୱରେ ଭାଇଚାରା, ଶାନ୍ତି, ମୈତ୍ରୀ ତଥା ମାନବବାଦ ପ୍ରତିଷ୍ଠା କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଦାଶ ମତବ୍ୟକ୍ତ କରିଛନ୍ତି।

Exit mobile version