Site icon Awaj Media

ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜ୍ଞାନଦୀପ ଫାଉଣ୍ଡେସନ ” ଦ୍ୱାରା ବିଶ୍ୱ ଛାତ୍ର ଦିବସ ପାଳନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାଲିଆସାହି ସ୍ଥିତ ବିବେକାନନ୍ଦ ଶିକ୍ଷକେନ୍ଦ୍ର ରେ ଭାରତ ରତ୍ନ ପ୍ରାପ୍ତ ତଥା ପୂର୍ବତନ ରାଷ୍ଟ୍ରପତି ଡ. ଏ ପି ଯେ ଅବଦୁଲ କଲlମ ଙ୍କ ଜୟନ୍ତୀ ଅବସରରେ ବିଶ୍ୱ ଛାତ୍ର ଦିବସ ମହା ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଇଛି l ଏହି ଅବସରରେ, ବିଦ୍ୟାଳୟରେ ଏକ ବିଜ୍ଞାନ ମେଳା ର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ରୂପେ ଡ. ଶୁଭେନ୍ଦୁ ପଟନାୟକ (ପ୍ରାକ୍ତନ ନିର୍ଦେଶକ, ପଠାଣି ସାମନ୍ତ ପ୍ଲାନେଟୋରିଅମ ) ଯୋଗଦେଇ ବିଜ୍ଞାନ ମେଳାର ଶୁଭ ଉଦଘାଟନ କରିଥିଲେ l ଉଦ୍ଘାଟନୀ ସଭାରେ ବିଶିଷ୍ଟ ସମାଜ ସେବୀ ମଧୁସୂଦନ ଦାସ, ଜ୍ଞାନଦୀପ ଫାଉଣ୍ଡେସନ ର ଅଧକ୍ଷ, ବିଶିଷ୍ଟ ଶିଶୁ ମନୋବିଜ୍ଞାନୀ ଶ୍ରୀଯୁକ୍ତ ସମ୍ବିତ ନନ୍ଦ, ପ୍ରାଧ୍ୟାପକ ରଘୁନାଥ ମଣ୍ଡଳ, ସମାଜ ସେବୀ ହରପ୍ରସାଦ ମହାପାତ୍ର, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶେଖ ଆସିକ ଅଲ୍ଲୀ, ସମ୍ପାଦକ ରତ୍ନାକର ମହାନ୍ତି ପ୍ରମୁଖ ନିଜ ର ବାର୍ତ୍ତା ମାଧ୍ୟମରେ ଏ ପି ଯେ ଅବଦୁଲ କଲlମ ଙ୍କ ସମଗ୍ର ମାନବ ଜାତି ପ୍ରତି ଥିବା ଅବଦାନକୁ ବଖାଣି ବା ସହିତ ସେହି ମହାପୁରୁଷ ଙ୍କ ଜୀବନୀକୁ ଅନୁସରଣ କରିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ୍ଞାନଦୀପ ଫାଉଂଡେସନ ଓ ବିବେକାନନ୍ଦ ଶିକ୍ଷକେନ୍ଦ୍ର ର ସମସ୍ତ କର୍ମକତା, ଗୁରୁଜୀ, ଗୁରୁମା ପ୍ରମୁଖ ପରିଚାଳନା କରିଥିଲେ l

Exit mobile version