Site icon Awaj Media

କଲାମ ଉତ୍ସବ -2026 ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଲାମ ଉତ୍ସବ -2026 ଅନୁଷ୍ଠିତ | ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ. ପି. ଜେ ଅବଦୁଲ କଲାମଙ୍କ 94 ତମ ଜନ୍ମ ଉତ୍ସବ ପାଳିତ | ଦେଶର 11 ତମ ରାଷ୍ଟ୍ରପତି ତଥା ଭାରତ ରତ୍ନ ସ୍ବର୍ଗତ ଏ ପି ଜେ ଅବଦୁଲ କଲାମଙ୍କ 94 ତମ ଜନ୍ମ ଉତ୍ସବ ଆଜି ମହା ସମାରୋହରେ କଲେଜ ରୋଡ଼ ସ୍ଥିତ ଜଳେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି | ବାଙ୍କୀର ଅଗ୍ରଣୀ ମହିଳା ସଂଗଠନ ମା ଚର୍ଚ୍ଚିକା ନାରୀ ଜାଗୃତି ପରିଷଦ ଆୟୋଜନରେ ଉକ୍ତ ଉତ୍ସବରେ ସାଧାରଣ ସମ୍ପାଦିକା ପ୍ରତିମା ନାୟକଙ୍କ ସଭାପତିତ୍ୱରେ ବରିଷ୍ଠ ଶିକ୍ଷାବିତ ତଥା ବାଙ୍କୀ ସରସ୍ବତୀ ଶିଶୁମନ୍ଦିରର ଗୁରୁମା ସ୍ବର୍ଣ୍ଣଲତା ମହାପାତ୍ର ଅତିଥି ବିଚାରକ ଭାବେ ଯୋଗ ଦେଇ କଲାମଙ୍କ ରାଷ୍ଟ୍ରପତି ସମୟରେ ହୋଇଥିବା ବହୁଵିଧି ଉର୍ନ୍ନତି ଉପରେ ଆଲୋଚନା କରିଥିଲେ | ଅବଦୁଲ କଲାମ ହିଁ ତାଙ୍କ ରାଷ୍ଟ୍ରପତି ସମୟରେ ବିଶ୍ୱ ଦରବାରରେ ଭାରତର ଅର୍ଥନୀତି, ରାଜନୈତିକ ବାତାବରଣ, ଶିକ୍ଷା ଏବଂ ବିଜ୍ଞାନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ବୋଲି ବରିଷ୍ଟ ସଦସ୍ୟା ମାମି ପ୍ରଧାନ, ମାନସୀ ଦେହୁରୀ,ସନ୍ଧ୍ୟାରାଣୀ ମହାପାତ୍ର ପ୍ରମୁଖ ନିଜ ବକ୍ତବ୍ୟରେ ଉଦାହରଣ ଦେଇ କହିଥିଲେ | ଉପ ସଭାପତି ବିନୋଦିନୀ ମହାପାତ୍ର ଡ଼କ୍ଟର ଏ ପି ଜେ ଅବଦୁଲ କଲାମଙ୍କର ଏକ ତୈଳଚିତ୍ର ଉନ୍ମୋଚନ କରିଥିଲେ | ପୂର୍ବରୁ କବିଚନ୍ଦ୍ର କଳା ପରିଷଦରେ ଆୟୋଜିତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ କଲାମ କୁଇଜ ଓ ବକୃତା ବିଜେତାଙ୍କୁ ଉକ୍ତ ଉତ୍ସବରେ ପୁରସ୍କୃତ କରା ଯାଇଥିଲା | କୋଷାଧକ୍ଷ ଜ୍ୟୋତିର୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଵା ସହିତ ଟଙ୍କଧର ବେହେରା, ସୁଶ୍ରୀ ସାଗରୀକା ବେହେରା, ପ୍ରଭାକର ରଥ, ବାବାଜୀ ଚରଣ ବେହେରା ପ୍ରମୁଖ ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି ସହଯୋଗ କରିଥିଲେ |

Exit mobile version