ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିସ୍ଥିତ ବଡବ୍ରାହ୍ମଣସାହିର ପାତ୍ରମଠରେ ସପ୍ତାହବ୍ଯାପି ଶ୍ରୀମଦ୍ଭାଗବତ୍ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି।ବ୍ରହ୍ମପୁର ଲୋଚାପଡାର ମହନ୍ତ ରାଧାକାନ୍ତ ଦାସଂକ ଦ୍ୱାରା ଏହି ପ୍ରବଚନ ଗତ ୯ ରୁ ୧୫ ଅକ୍ଟୋବର ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ମହର୍ଷି ଶୁକଦେବଙ୍କ ପରିକ୍ଷିତ ମହାରାଜାଙ୍କୁ ଦେଇଥିବା ଉପଦେଶକୁ ଅତି ସୁନ୍ଦର ଓ ପ୍ରାଂଜଳ ଭାବେ ଭକ୍ତ ତଥା ଶ୍ରୋତାମାନଂକୁ ବୁଝାଇଥିଲେ।ସୂର୍ଯ୍ୟର ମୌନ ଧାରଣ କରି ଗୁରୁ ରୂପକ ବ୍ରହ୍ମବିଦ୍ୟା ସମ୍ପର୍କରେ ଅବଗତ କରିଥିଲେ।ଭକ୍ତ ଉଦ୍ଧାର ନିମନ୍ତେ ପ୍ରହ୍ଲାଦଙ୍କୁ ମୁକ୍ତିକରି ପ୍ରଭୂ ନରସିଂହ ଅବତାରରେ ନିଜର ପରାକ୍ରାଷ୍ଟା ଦେଖାଇଥିଲେ।ଭକ୍ତପ୍ରତି ଥିବା ଆନୁଗତ୍ଯକୁ ସେ ଭାବାବେଗ ସହ ବୁଝାଇଥିଲେ।ସଂସାରର ମାୟା ତ୍ୟାଗ କରି ଯଯାତିଂକ ତ୍ୟାଗ ଉପନିଷଦ ସମ୍ପର୍କରେ କହିଥିଲେ।ଭଗବାନଙ୍କ ଅପୂର୍ବ ଲୀଳା ଯେଉଁଥିରେ କାମ,ରୂପ,ଗୁଣ, ଲୀଳାର ସଦ୍ଗୁଣକୁ ଶ୍ରୋତାଙ୍କୁ ଗୀତ ଓ ପ୍ରବଚନ ମାଧ୍ୟମରେ ବୁଝାଇ ଏହାର ଶାଶ୍ୱତ ଅଂଶକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।କଳିଯୁଗରେ ମାନବ ଉଦ୍ଧାର ନିମନ୍ତେ ଆତ୍ମରଂଜନକୁ ଗ୍ରହଣ କରି ମନୋରଂଜନ ପରିହାର କରି ପ୍ରତ୍ୟେକ ମାନବ ନିଜ ଜୀବନକୁ ଉପଲବ୍ଧି କରିପାରିବେ।ଚାରିଗୋଟି ମତ ଯଥା:-ଧନ,ପଦ,ଯୌବନ ଓ ଜ୍ଞାନକୁ ପରିମାର୍ଜିିତ କରି ସମାଜରେ ନିଜର ଭୂମିକା ସମ୍ପାଦନ କରିବାକୁ ଆହ୍ବାନ କରିଥିଲେ।ପରିକ୍ଷିତ ମହାରାଜାଙ୍କୁ ଉଦ୍ଧାର ପାଇଁ ଶୁକଦେବ ବିଭିନ୍ନ ବାଣୀ ମାଧ୍ୟମରେ ବୁଝାଇ ନିଜର ମନ,ବୁଦ୍ଧି,ବିବେକ ଓ ଚିତ୍ତକୁ ସତ୍ ପଥରେ ଅନୁସରଣ କରିବାକୁ କହିଥିଲେ।ଯାହା ମାନବସମାଜ ପାଇଁ ଆଜି ପ୍ରତିଫଳିତ ହେବା ଦରକାର।ମନକୁ ଭଗବାନଙ୍କ ନିକଟରେ ଓ ବୁଦ୍ଧିକୁ ଚିତ୍ତ ନିକଟରେ ରଖି ମାନବ ନିଜକୁ ପରିମାର୍ଜିିତ କରିବାର ଆବଶ୍ଯକତା ରହିଛି।ପ୍ରତ୍ୟେକ ମଣିଷ ନିଜର ଜ୍ଞାନେନ୍ଦ୍ରିୟର ପ୍ରଭାବରେ ଅହଂତା,ଅସ୍ମିତା,ରାଗ,ଦ୍ୱେଷକୁ ପରିହାର କରି ନିଜର ଆତ୍ମାକୁ ଶୁଦ୍ଧି କରିପାରିବେ।ଭକ୍ତିମାର୍ଗର ପ୍ରତ୍ୟେକ ସାରଣୀ ଜ୍ଞାନସଂଚାରର ସାରଣୀ ସ୍ରୁଷ୍ଟି କରିଥାଏ।ବିଭିନ୍ନ ଦିଗ୍ଦର୍ଶନ ଦେଇ ଶ୍ରେତାମାନଂକୁ ଦୀର୍ଘ ସାତଦିନବ୍ୟାପୀ ନିଜର ଉପସଂହାରରେ ବାନ୍ଧି ରଖିଥିଲେ।ଶେଷ ଦିନ ବିଭିନ୍ନ ସନ୍ଥ ଯଥା:-କମଳାକାନ୍ତ ଦାସ ମହାରାଜ,ରାଧାମୋହନ ଦାସ ମହାରାଜ,ଲଳିତମୋହନ ମହାରାଜ,କାଶୀରାମ ମହାରାଜ, ନିଗମାନନ୍ଦ ମହାରାଜ, ଅଦ୍ୱୈତ ଦାସ ମହାରାଜ,ସ୍ୱାମୀ ଭାସ୍କରତୀର୍ଥ(ଲକ୍ଷ୍ମୀ ବାବା) ତଥା ଅନ୍ୟାନ୍ୟ ସାଧୁସନ୍ଥ ମାନଂକର ଉପସ୍ଥିତି ଆଧ୍ଯାତ୍ମିକ ପରିବେଶକୁ ଆହୁରି ସୁଗମ କରିଥିଲା।ସେମାନେ ମାନବ ମୂଲ୍ଯବୋଧ ଜ୍ଞାନ ସମ୍ପର୍କରେ ଭାଗବତ ପୁରାଣର ସନ୍ଦେଶ ବୁଝାଇଥିଲେ।ମହନ୍ତ ଯଶୋଦାନନ୍ଦଂକ ପରିଚର୍ଯ୍ୟାରେ ମହନ୍ତ ରାମାନନ୍ଦ ଦାସ ମହାରାଜ ଉପସ୍ଥିତ ଥିଲେ।ପ୍ରବଚକଂକୁ ହାରମୋନିୟମରେ ମୀନରେତନ,ତବଲାରେ ରଂଜନ ଓ ଗାୟନରେ ସୁଧାଂଶୁ ସହାୟତା କରିଥିଲେ।ପ୍ରୁଷ୍ଠପୋଷକ ଭାବେ ରାମକୃଷ୍ଣ ପାତ୍ର,ଗୌରାଙ୍ଗ ସାବତ,ପ୍ରଭାତ କୁମାର ପାତ୍ର, ବାଂକବିହାରୀ ସାହୁ, ଗୋକୁଳାନନ୍ଦ ସାହୁ,ବ୍ରହ୍ମଜ୍ଞାନ ଗୌଡ,ଗୌରାଙ୍ଗ ଗୌଡ ସଫଳ ଭାବେ ପରିଚାଳନା କରିଥିଲେ।ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଏହି ସପ୍ତାହବ୍ଯାପି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ଶେଷଦିନ ସନ୍ଧ୍ଯାରେ ସମସ୍ତଙ୍କୁ ମହାପ୍ରସାଦ ସେବନରେ ସମସ୍ତଂକୁ ଆପ୍ୟାୟିତ କରାଯାଇଥିଲା।
ପାରଳାଖେମୁଣ୍ଡି ବଡ ବ୍ରାହ୍ମଣସାହିରେ ସପ୍ତାହ ବ୍ୟାପି ଶ୍ରୀମଦ୍ଭାଗବତ୍ ପ୍ରବଚନ ସମାପ୍ତ !!!

