Site icon Awaj Media

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପବିତ୍ର ଦଶହରା ପୂଜାରେ ଡମପଡା ବ୍ଳକ ଅନ୍ତର୍ଗତ ତାଳବସ୍ତ ବଣିକ ସଂଘ ଦ୍ଵାରା ଅନୁଷ୍ଠିତ ମା ଦୁର୍ଗା ଏବଂ ଅରପୁର ଗ୍ରାମର ମହାବୀର ପୂଜା କମିଟି ଆୟୋଜିତ ପଞ୍ଚମୁଖି ମହାବୀର ପୂଜା ଅବସରରେ, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦାନ କରି ମା’ ଙ୍କର ଆଶିର୍ବାଦ ଭିକ୍ଷା କରିବା ସହିତ ପୂଜା କମିଟି ଏବଂ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ | ବିଧାୟକଙ୍କ ସହିତ 38 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ପାଢ଼ୀ, ତାଳବସ୍ତ ସମବାୟ ସମିତି ସଭାପତି ଅକ୍ଷୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଉଭୟ ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କରିଥିଲେ |ସବୁ ପୂଜା ମଣ୍ଡପ ଗୁଡିକର କାର୍ଯ୍ୟକର୍ତ୍ତା ତଥା ସାମାଜିକ କର୍ମୀ ସୁଧାଂଶୁ ଶେଖର ନାୟକ, ସମବାୟ ବିତ ବିପିନ ବିହାରୀ ନାୟକ, ଅରପୁର ଗ୍ରାମ୍ୟ ଶାନ୍ତି କମିଟିର ଉପଦେଷ୍ଟା ଜୟାନନ୍ଦ ବିଶ୍ୱାଳ ପ୍ରମୁଖ ଏହି ଅବସରରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ |

Exit mobile version