Site icon Awaj Media

ମା ତୁ ଫେରିଆ…..!!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମା ତୁ ଫେରି ଆ…..| ଏହା କୌଣସି ଯାତ୍ରା କି ଚଳଚିତ୍ରର ସଂଳାପ ନୁହେଁ | ଗୋଟେ ବାସ୍ତବ ହୃଦୟ ବିଦାରକ ଘଟଣାଟିଏ , ସଂପୂର୍ଣ୍ଣ ସତ୍ୟ ଘଟଣା ! ତାଳବସ୍ତ ଗ୍ରାମ ପଂଚାୟତର କୃଷ୍ଣଅଲ୍ଲୀ ଗ୍ରାମରେ ଘଟିଯାଇଛି ଏପରି ଘଟଣା | ଆଜିକୁ ଗୋଟେ ମାସ ହେବ ଘରେ ଚୁଲି ଜଳୁନାହିଁ | ଘରେ ଦୁର୍ଗାପୂଜା ଉତ୍ସବର ମାହୋଲ ନାହିଁ | ସାତବର୍ଷର କୁନି ଝିଅ ଆଖିରେ ଅହରହ ଲୁହ | ପ୍ରତି ମୁହୂର୍ତ୍ତରେ ଦାଣ୍ଡ ପଟକୁ ଆସି ଚାହିଁ ରହୁଛି ଘର ଛାଡି ଚାଲିଯାଇଥିବା ମାଆ କୁ….| ଝିଅର ଉଦାସ ମୁଁହକୁ ଦେଖିଦେଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ସେ ଖୋଜୁଛି ତା ଜନ୍ମ କଲା “ମା କୁ… ଏବଂ ଝୁରି ହେଉଛି ମାଆ ର ମିଠା ଗାଳି, କାନ ମୋଡାର ଆକଟ ପଣକୁ | ସୂଚନା ଯୋଗ୍ୟ ଉକ୍ତ ଝିଅର ମା” ସେପ୍ଟେମ୍ବର 20 ତାରିଖ ରୁ ନିଜ ଛୋଟ ପୁଅ ସହିତ କେଉଁ ଆଡେ ଫେରାର ଅଛନ୍ତି | ଘଟଣାଟି ଚର୍ଚ୍ଚାରେ ରହିବା ସହିତ ପୁଅଘର ପକ୍ଷରୁ ତାଳବସ୍ତ ଫାଣ୍ଡୀ ଏବଂ ବାଙ୍କୀ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି | ଝିଅ ତୁଳସୀ ଚାହିଁ ରହିଛି ମାଆର ଆସିବା ପଥକୁ….|

Exit mobile version