Site icon Awaj Media

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୬ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ଦେବୀ ପ୍ରସାଦ ମିଶ୍ର : ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୬ ପାଳିତ , ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ! ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ଯୋଗଦେଇ ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟରେ ମିଳିତ ଜାତିସଂଘର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ଓ ସଂହତିର ପ୍ରତିଷ୍ଠା ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ଅଧ୍ୟକ୍ଷ,ଶିକ୍ଷାବିତ୍ ଡ.ତାରାପ୍ରସନ୍ନ ଶତପଥି ଯୋଗଦାନ କରି ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ପ୍ରଗତିଶୀଳ ବିଶ୍ୱ ଗଠନ ପାଇଁ ଜାତିସଙ୍ଘ ହିଁ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଜାତିସଂଘ ଦେଶ ଦେଶ ମଧ୍ୟରେ ଥିବା ଦ୍ଵନ୍ଦକୁ ଦୂରକରି ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିଥାଏ। ତାଙ୍କର ପ୍ରସ୍ତାବ କ୍ରମେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।ଅନ୍ୟତମ ସମ୍ମାନିତ ବକ୍ତା ସରୋଜ ଶତପଥୀ, ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଡ.ପ୍ରମୋଦ କୁମାର ନାୟକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ମାନବିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଵାରେ ମିଳିତ ଜାତିସଂଘର ଭୂମିକାକୁ ଭୂୟସୀ ପ୍ରଶଂସା କରି ବନ୍ୟା, ବାତ୍ୟା ଓ ମରୁଡ଼ି ପ୍ରପୀଡ଼ିତ ଦେଶ ମାନଙ୍କରେ ସାହାଯ୍ୟ ଯୋଗାଇବାରେ ମିଳିତ ଜାତିସଂଘ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ ବୋଲି ମତ ପ୍ରକାଶ କରିଥଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ମିଳିତ ଜାତିସଂଘ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ପାଳିତ ହୁଏ।ମିଳିତ ଜାତିସଂଘ ସଂସ୍ଥାନର ଉଦ୍ଦେଶ୍ୟ ତଥା ଉପଲବ୍ଧିସବୁ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଏହାର ଲକ୍ଷ୍ୟ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଡ.ପ୍ରମୋଦ କୁମାର ନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର,ହିନ୍ଦୋଳର ସାଦତ୍ ଖାଁ,ଲିଙ୍କୁ ପତି ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଡ.ପ୍ରମୋଦ କୁମାର ନାୟକ,ଶ୍ରୀକାନ୍ତ କୁମାର ସାହୁ,ଅକାନଦ ଭୋଳ,ବିଶ୍ୱନାଥ ମହାପାତ୍ର,ଯୁଧିଷ୍ଟିର ସାହୁ,ନରେଶ ଚନ୍ଦ୍ର ପାଲ୍,ଗୋପୀନାଥ ପଣ୍ଡା,ଗତିକୃଷ୍ଣ ମହାପାତ୍ର,ଧୀରେନ୍ ମିଶ୍ର,ପ୍ରଦୀପ କୁମାର ସାହୁ,ସୁରେନ୍ଦ୍ର ମୋହନ ପଟ୍ଟନାୟକ,ବିପିନ ବିହାରୀ ବେହେରା, ସୂର୍ଯ୍ୟନାରାୟଣ ପଟ୍ଟନାୟକ,ଗିରୀଶ ଚନ୍ଦ୍ର ସାମଲ,କଲ୍ୟାଣ କୁମାର କାନୁନ୍ ଗୋ,ବିନୟ ପାତ୍ର,ତରୁଣ କୁମାର ବିଶ୍ବାଳ, ଲକ୍ଷ୍ମୀଧର ବାରିକ,ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇଥିଲା।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷାବିତ୍ ଅବୈତନିକ ସ୍ୱାଧୀନ ସମ୍ବାଦଦାତା, ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ ମିଳିତ ଜାତିସଂଘ ସମ୍ପର୍କରେ ଦୁଇଟି ଓଡ଼ିଆ ଓ ଗୋଟିଏ ଇଂରାଜୀ କବିତା ପାଠ କରିଥିଲେ।ଡ.ପ୍ରମୋଦ କୁମାର ନାୟକ ସ୍ଵୀୟ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version