Site icon Awaj Media

ବାଙ୍କୀ ଉପଖଣ୍ଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀମତୀ ମୋନୋସ୍ଵିନୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ଆଧାରରେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସଚ୍ଚୋଟତା ଓ ନୈତିକତା ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନରେ ସତ୍ୟନିଷ୍ଠା ଅବଲମ୍ବନ କରିବା ସହ ଦୁର୍ନୀତି ବିରୋଧରେ ସଚେତନ ରହିବାକୁ ଶପଥ ଗ୍ରହଣ କରିଥିଲେ।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ସତ୍ୟନିଷ୍ଠା ଓ ଦୁର୍ନୀତି ବିରୋଧୀ ମନୋଭାବ ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଜେ. କଳ୍ପନା, ଡେପୁଟି କଲେକ୍ଟର ଶ୍ରୀ ଅଶ୍ୱିନୀ କୁମାର ନାୟକ ଓ ରଞ୍ଜିତା ଲେଙ୍କା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମିନୀ ଦାସ, ଉପବିଭାଗ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାଳୀଚରଣ ତ୍ରିପାଠୀ ଏବଂ ନାଜିର ଶ୍ରୀ ପଠାଣି ଚରଣ ବାରିକଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବାଙ୍କୀ ତହସିଲର ସମସ୍ତ କର୍ମଚାରୀ ମଧ୍ୟ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Exit mobile version