Site icon Awaj Media

ସମ୍ଭାବ୍ୟ ବାତ୍ୟା ଓ ବର୍ଷା ସକାଶେ ପ୍ରସ୍ତୁତି ର ସମୀକ୍ଷା କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଵିଜୟ କୁମାର ଦାସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଜନିତ ପରିସ୍ଥିତି ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି କୁ ଅନୁଧ୍ୟାନ କରିଛନ୍ତି ସରକାରଙ୍କ ପକ୍ଷରୁ ଜିଲ୍ଲା ଦାୟିତ୍ବ ରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାସ ସେ ପାରଳାଖେମୁଣ୍ଡି ପହଞ୍ଚି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଯୋଗୁଁ ଜିଲ୍ଲାରେ କେଉଁ ପ୍ରକାର ପରିସ୍ଥିତି ଉପୁଜିପାରେ, ତାହାର ଆକଳନ କରିବା ସହ ପ୍ରଶାସନର ପ୍ରସ୍ତୁତିର ବାସ୍ତବ ସ୍ଥିତି ଜାଣିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସେ କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ସ୍ଥାନର ପରିସ୍ଥିତି ଅନୁଧ୍ୟାନ କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ଆବଶ୍ୟକତା ଅନୁଯାୟୀ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ଏବଂ ଧନଜୀବନ କ୍ଷୟକ୍ଷତିକୁ ସର୍ବନିମ୍ନ ରଖିବା ପାଇଁ ପ୍ରଶାସନର ପ୍ରସ୍ତୁତିର ମୂଲ୍ୟାଙ୍କନ ଏହି ସମୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ। କ୍ଷେତ୍ରସ୍ତରର ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯିବା ଆଶା କରାଯାଉଛି।ଜିଲ୍ଲା ରେ ଓଡ୍ରାଫ ଟିମ୍ ଓ ଏନ ଡି ଆର ଏଫ ଟିମ୍ ପହଞ୍ଚିଛନ୍ତି। ଆବଶ୍ୟକ ସ୍ଥଳରେ ମୁତୟନ କରାଯିବ । ଗ୍ରାମାଞ୍ଚଳରେ ଲୋକଙ୍କୁ ମାଇକରେ ବାତ୍ୟା ସମ୍ପର୍କରେ ସଚେତନ କରାଇବା ସହ ସତର୍କ ରହିବାକୁ ଅନୁରୋଧ କରାଯାଉଛି।

 

Exit mobile version