Site icon Awaj Media

ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ପ୍ରଶାସନିକ ଦାୟିତ୍ୱରେ ନୂଆ ବ୍ୟବସ୍ଥା। ଉପଜିଲ୍ଲାପାଳ ପ୍ରଣିତା ଦାଶଙ୍କୁ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଜାରି ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଚିଠି ନମ୍ବର ୨୯୪୦୩ ଅନୁଯାୟୀ, ପ୍ରଣିତା ଦାଶ ନିଜର ନିୟମିତ ଦାୟିତ୍ୱ ସହିତ ବାଲିଗୁଡ଼ା ଏନ୍‌ଏସିର ଅତିରିକ୍ତ ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଅନ୍ୟପକ୍ଷରେ, ଏନ୍‌ଏସିରେ ବର୍ତ୍ତମାନ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଜର କାର୍ଯ୍ୟ ଜାରି ରଖିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆ ଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ଦାୟିତ୍ୱ ବଣ୍ଟନ ପରେ ବାଲିଗୁଡ଼ା ଏନ୍‌ଏସିର ପୌର ପ୍ରଶାସନିକ କାର୍ଯ୍ୟ କିଭଳି ଆଗକୁ ବଢ଼ିବ, ତାହା ଉପରେ ଏବେ ସ୍ଥାନୀୟ ମହଲର ନଜର ରହିଛି।

Exit mobile version