Site icon Awaj Media

ଶିଶୁ ଶ୍ରମିକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶିଶୁ ଶ୍ରମିକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ କରାଯାଇଛି l ଏହି ଅବସରରେ ମାନନୀୟା ଜ଼ିଲ୍ଲାପାଳ ନୟାଗଡ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ର, ସହ ଶ୍ରମ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଏହି ରଥ ବ୍ଲକ, ଗ୍ରାମ ପଂଚାୟତ ଗୁଡିକରେ ଶିଶୁ ଶ୍ରମକ ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନରେ ସହାୟକ ହେବ l

Exit mobile version