Site icon Awaj Media

ବାତ୍ୟା ପ୍ରଭାବରେ ବାଘଶଳା ଗ୍ରାମରେ ପଶିଲା ମହେନ୍ଦ୍ର ତନୟା ନଦୀ ଜଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବାତ୍ୟା ପ୍ରଭାବରେ ବାଘଶଳା ଗ୍ରାମରେ ପଶିଲା ମହେନ୍ଦ୍ର ତନୟା ନଦୀ ଜଳ ! ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ହୋଇ ଜଳ ସ୍ରୋତ ବୃଦ୍ଧି ଯୋଗୁ ଗ୍ରାମରେ ପଶିଲା ଜଳ ! ପ୍ରଶାସନ ସଜାଗ ସହ ଗ୍ରାମ ବାସୀଙ୍କୁ ସଚେତନ କରାଯାଉଛି । ଗଜପତି ଜିଲ୍ଲାରେ ଅର୍ଣବ ବାତ୍ୟା ଫଳ ରେ ଜିଲ୍ଲା ର ଗୋସାଣୀ ବ୍ଲକ ର ବାଘଶଳା ଗ୍ରାମରେ ମହେନ୍ଦ୍ର ତନୟା ନଦୀ ର ଜଳ ପ୍ରବେଶ କରିଛି ! ଗଜପତି ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତସିଲଦାର ପ୍ରମୁଖ ଉପସ୍ଥିତି ରହି ସ୍ଥିତି ସମୀକ୍ଷା କରିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି , ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରସାଶନ ।

Exit mobile version