Site icon Awaj Media

ରାଷ୍ଟ୍ରୀୟ ଏକତା ଦିବସ ପାଇଁ କେଭାଡିଆ ଅଭିମୁଖେ ଯାତ୍ରା କଲେ ନୟାଗଡ଼ର ୫୦ ଜଣିଆ ଟିମ୍ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତା ଅକ୍ଟୋବର ୩୦-୩୧ ତାରିଖରେ ଗୁଜରାଟର କେଭାଡିଆଠାରେ ପାଳିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ରେ ଯୋଗଦେବା ପାଇଁ ଆଜି ଅପରାହ୍ନ ୪ ଘଟିକା ସମୟରେ ନୟାଗଡ଼ ଜିଲ୍ଲାରୁ ୫୦ ଜଣିଆ ଏକ ଟିମ୍ କେଭାଡିଆ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଏହି ଅବସରରେ ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କନ୍ଧମାଳ, ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମାନନୀୟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ପୋଲିସ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ l ଏହି ଟିମ୍ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ଏବଂ କାଲି ଟ୍ରେନ ମାଧ୍ୟମରେ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ l ଏହି ୫୦ ଜଣିଆ ଟିମ୍ ସହ ୦୨ ଜଣ ନୋଡାଲ ଅଫିସର ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ କରାଯାଇଛି l

Exit mobile version