Site icon Awaj Media

ଗାଡି ଚଲାଇବା ବେଳେ ଡ଼ିଏଭି ପବ୍ଲିକ ସ୍କୁଲ ଡ୍ରାଇଭର ଙ୍କୁ ହଠାତ ମାରିଲା ଫିଡ଼ସ : ଘରେ ପଶିଗଲା ଗାଡି !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଗାଡି ଚଲାଇବା ବେଳେ ଡ଼ିଏଭି ପବ୍ଲିକ ସ୍କୁଲ ଡ୍ରାଇଭର ଙ୍କୁ ହଠାତ ମାରିଲା ଫିଡ଼ସ , ଭାରସାମ୍ୟ ହରାଇ ଘରେ ପଶିଗଲା ଗାଡି ! ଡ୍ରାଇଭର ଜଣକ ଆଗରୁ ଫିଡ଼ସ ବେମାରରେ ପୀଡିତ ! ଫିଡ଼ସ ମାରିବା ବେଳେ ଡ୍ରାଇଭର ଜଣକ ନିଜେ ଚେତାଶୂନ୍ୟ ହୋଇ ଗାଡି ଭିତରେ ଥରୁଥିଲେ । ଘଟଣା ଘଟିଛି ବଡମ୍ବା ଗୋପପୁର ଗାଁ ରେ । ସେଠାରେ ଆମ ପ୍ରତିନିଧି ପ୍ରତାପ ନାୟକ ଥିବା ସମୟରେ ତାଙ୍କ ବନ୍ଧୁ ନରେଶ କୁମାର ନାୟକ ଦେଶୀୟ ପଦ୍ଧତିରେ ତାଙ୍କର ଜୀବନ ବଞ୍ଚାଇଥିଲେ । ବିଡମ୍ବନା ର ବିଷୟ ସ୍କୁଲ ପିଲାଙ୍କୁ ଛାଡି ଘରକୁ ଫେରୁଥିଲେ ଘଟିଲା ଏହି ଦୁର୍ଘଟଣା । ନରେଶ ନାୟକ ଜଣେ ପୋଲିସ କର୍ମଚାରୀ ଭାବେ କଟକ ଜିଲ୍ଲା ବାଙ୍କୀ ଥାନା ର ତାଳବସ୍ତ ଫାଣ୍ଡିରେ କାର୍ଯ୍ୟରତ ଅଟନ୍ତି ।

Exit mobile version