Site icon Awaj Media

ବିଜେପିରେ ମିଶିବେ ଆଉ କଣ’ ମ – ସିଏ ମିଶି ସାରିଲେଣି : ଖାଲି ଘୋଷଣା ବାକି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରିଯାଇଛି ବାଙ୍କୀ ମହୋତ୍ସବ ! ମଞ୍ଚରେ ଅତିଥି – ଉଦଘାଟନ – ଦୀପ ପ୍ରଜ୍ଜ୍ୱଳନ – ସମ୍ୱର୍ଦ୍ଧନା – ନାଚ ଗୀତ କେବଳ ଏତିକିରେ ଖବର ସାରିଦେଲେ ଚଳିବ ନାହିଁ ! ମହୋତ୍ସବ ମଞ୍ଚରେ ଆହୁରି ଏମିତି ଅନେକ ଘଟଣା ଘଟିଛି ଯାହାକୁ ଭିୟୁର ଜାଣିବା ଦରକାର ! ଚତୁର୍ଥ ସନ୍ଧ୍ୟାରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲଙ୍କ ଗର୍ଜନ ପରେ ପଞ୍ଚମ ଓ ଶେଷ ସନ୍ଧ୍ୟାରେ ମଞ୍ଚ ଦୁଲୁକାଇଥିଲେ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ! ନିଜ ରାଜନୈତିକ ଜୀବନରେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ମେଣ୍ଟର ଭୂମିକା କୁ ଅତି ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ ! ବେଗୁନିଆ – ପରେ ଚିଲିକା ଏବଂ ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ପ୍ରଶାନ୍ତ ଜଗଦେବ ସେତେବେଳର ବାଙ୍କୀ ଭବନର ଘଟଣାକୁ ଜୀବନ୍ତ କରିଥିଲେ ! ଏବେର ବାଙ୍କୀ ବିଧାୟକଙ୍କ ବିଜେପି ସହ ସମ୍ପର୍କକୁ ନେଇ ମିଡ଼ିଆ ପଚାରିବାରୁ ସିଧା କହିଥିଲେ – ବିଜେପିରେ ମିଶିବେ ଆଉ କଣ ମ , ସିଏ ମିଶି ସାରିଲେଣି – ଖାଲି ଘୋଷଣା ବାକି !

Exit mobile version