Site icon Awaj Media

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁମ୍ମା ବ୍ଲକର କିଟୁମ୍ବା ଗ୍ରାମରେ ଆଇନ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି: ରାଷ୍ଟ୍ରୀୟ ଏକତା ଦିବସ (Rashtriya Ekta Diwas) ଅବସରରେ ତା. ୩୧.୧୦.୨୦୨୬ ରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ କିଟୁମ୍ବା ଗ୍ରାମଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ଦୌରାଜଜ୍ ତଥା DLSA ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ DLSA ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଜାତୀୟ ଏକତା, ସାମାଜିକ ସଦ୍‌ଭାବନା ଓ ନାଗରିକଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଏକତା ଓ ଅଖଣ୍ଡତାର ଶପଥ ପାଠ କରାଯାଇଥିଲା।
କାର୍ଯ୍ୟକ୍ରମରେ ନିମ୍ନଲିଖିତ ଆଇନଗତ ତଥା ସାମାଜିକ ବିଷୟବସ୍ତୁ ଉପରେ ବିଶେଷ ଭାବେ ସଚେତନ କରାଯାଇଥିଲା।
୧. ବିପର୍ଯ୍ୟୟରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଆଇନଗତ ସହାୟତା ପ୍ରଦାନ ସମ୍ପର୍କିତ NALSA Scheme, 2020।
୨. ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା Suhas Chakma vs. Union of India & Ors., Writ Petition (Civil) No. 1082 of 2020 ମାମଲା ସମ୍ପର୍କରେ ଆଲୋଚନା।
୩. ଯୌତୁକଜନିତ ନିର୍ଯାତନା ଓ ମୃତ୍ୟୁ ମାମଲାରେ IPC ର ଧାରା ୩୦୪-B ଓ ୪୯୮-A ତଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ସମ୍ପୃକ୍ତ ଧାରା ୮୦ ଓ ୮୫ ଏବଂ ଯୌତୁକ ନିଷେଧ ଆଇନ, ୧୯୬୧ ଅନୁଯାୟୀ ମାମଲାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଓ ତଦାରଖ।
୪. ସ୍ଥାୟୀ ଲୋକ ଅଦାଲତ (Permanent Lok Adalat) ମାଧ୍ୟମରେ ମାମଲାର ସରଳ, ସୁଲଭ ଓ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା।
୫. ବାଲ୍ୟ ବିବାହ ନିଷେଧ ଆଇନ ଏବଂ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁରଥ ସ୍ୱାଇଁ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଶଶାଙ୍କ ଶେଖର ସାହୁ, ଗୁମ୍ମାର ସହକାରୀ ଶ୍ରମ ଅଧିକାରୀ ଶ୍ରୀ କାଳୁ ରାଉତ, ପାରଳାଖେମୁଣ୍ଡିର ସମାଜସେବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, RSETI ପାରଳାଖେମୁଣ୍ଡିର ପ୍ରଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଦାସ, ଗୁମ୍ମା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ପିତାମଣି ରଇତା, କିଟୁମ୍ବା ଗ୍ରାମ ପଞ୍ଚାୟତର ୱାର୍ଡ ସଦସ୍ୟା ଶ୍ରୀମତୀ ପ୍ରୀତି ଭୂୟାଁ ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀ (PLV) ଶ୍ରୀମତୀ ଶଶିରେଖା ବିଷୋୟୀ ଉପସ୍ଥିତ ରହି ଉପରୋକ୍ତ ବିଭିନ୍ନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମଟି DLSA, ଗଜପତି ପକ୍ଷରୁ ଚାଲିଥିବା ମେଗା ଡ୍ରାଇଭ୍‌ର ଏକ ଉଦ୍‌ଯାପନୀ ଶିବିର ଭାବେ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ (DLO), ଗଜପତିଙ୍କ ସହଯୋଗରେ ୧୪ ଜଣ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ସରକାରୀ ଶ୍ରମ କଲ୍ୟାଣ ଯୋଜନାର ସୁବିଧା ପାଇବାରେ ସହାୟତା ପାଇପାରିବେ।
ଶେଷରେ ଆଇନ ସେବା ପ୍ରାଧିକରଣର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ମାଗଣା ଆଇନ ସହାୟତାର ସୁଯୋଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ସମାଜର ଶେଷ ସ୍ତରରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ଆଇନ ସେବା ଓ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Exit mobile version