Site icon Awaj Media

ବିକଟାଳ ଶବ୍ଦ ଓ ନିୟମ ଉଲଙ୍ଘନ କରୁଥିବା ଗାଡି କୁ ଧରିଲା ପାରଳାଖେମୁଣ୍ଡି ପୋଲିସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନିୟମ ଉଲ୍ଲଂଘନ କରି ରାସ୍ତାରେ ଗାଡ଼ି ଚଳାଇବା ଏବେ ପଡ଼ିଲା ମହଙ୍ଗା। ଗାଡ଼ିରେ ବେଆଇନ ମୋଡିଫିକେସନ୍ କରି ବିକଟାଳ ଶବ୍ଦ ସୃଷ୍ଟି କରିବା ସହ ବିନା ନମ୍ବର ପ୍ଲେଟ୍ ଏବଂ ରଙ୍ଗବେରଙ୍ଗର ନମ୍ବର ପ୍ଲେଟ୍ ଲଗାଇ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଯାଞ୍ଚ ସମୟରେ ୨୦ ଟି ଗାଡ଼ିକୁ ଧରିଛି ପୋଲିସ। ତେବେ ଆଇନକୁ ହାତକୁ ନେଇ ରାସ୍ତାରେ ଆତଙ୍କ ସୃଷ୍ଟି କରୁଥିବା ଅମାନିଆ ଚାଳକଙ୍କ ପାଇଁ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଏକ ସତର୍କବାଣୀ । ପାରଳାଖେମୁଣ୍ଡି ସହରରେ ଟ୍ରାଫିକ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା କିଛି ଗାଡ଼ି ଚାଳକଙ୍କ ଉପରେ ଏବେ ପୋଲିସର ନଜର। କିଏ ଗାଡ଼ିର ସାଇଲେନ୍ସର ମୋଡିଫାଇ କରି ବିକଟାଳ ଶବ୍ଦ କରୁଥିଲା ତ ଆଉ କିଏ ବିନା ନମ୍ବର ପ୍ଲେଟ୍ ଏବଂ ନିୟମ ବିରୋଧୀ ରଙ୍ଗବେରଙ୍ଗର ନମ୍ବର ପ୍ଲେଟ୍ ଲଗାଇ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିଲା । ଏଭଳି ଗାଡ଼ି ଚାଳନା ଯୋଗୁଁ କେବଳ ଶବ୍ଦ ପ୍ରଦୂଷଣ ବଢ଼ୁନାହିଁ, ବରଂ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଯାଞ୍ଚରେ ବିଭିନ୍ନ ନିୟମ ଉଲ୍ଲଂଘନ କରୁଥିବା ୨୦ ଟି ଗାଡ଼ିକୁ ଧରିଛି ପୋଲିସ। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି !

Exit mobile version