Site icon Awaj Media

ଏ ପରିବାର ପାଖରେ ସରକାରଙ୍କ ସ୍ଲୋଗାନ ଅପହଞ୍ଚ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ସାହାରା ମାଗୁଛିନ୍ତି ବାପଛେଉଣ୍ଡ ପିଲା ! ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଗୋକୁଳପୂର ଗ୍ରାମର ସ୍ବର୍ଗତ ଶରତ ଚନ୍ଦ୍ର ସାମନ୍ତସିଂହାରଙ୍କ ବଡ଼ ପୁଅ ହରେକୃଷ୍ଣ ସାମନ୍ତସିଂହାରଙ୍କର ଏକ ସଡ଼କ ଦୃଘଟଣାରେ ଅକାଳରେ ମୃତ୍ୟ ଘଟିଥିବାରୁ ଦୁଇ କୁନି ଛୁଆ ଙ୍କ ସହିତ ତାଙ୍କ ସ୍ତ୍ରୀ ଦୁର୍ବିସହ ଜୀବନ ନିର୍ବାହ କରୁଥିବା ର ଦେଖିବାକୁ ମିଳୁଛି । । କଅଁଳ ଅବସ୍ଥାରେ ବାପା ଙ୍କୁ ହାରାଇ ଦୁଇ କଅଁଳ ଛୋଟ ଛୁଆ କଇଁ କଇଁ ହୋଇ ବାପା ଙ୍କ ଫଟୋ କୁ ଧରି ଝୁରି ଝୁରି କାନ୍ଦୁଛନ୍ତି । ସେପଟେ ସ୍ତ୍ରୀ ମନୋରମା ସାମନ୍ତସିଂହାର ନିଜ ପିଲା ଙ୍କ ଦୁଃଖ ଦେଖି ନିଜ କୋହ ଭରା କାନ୍ଦକୁ ରୋକି ପାରୁ ନାହାନ୍ତି । ନିଜ ସ୍ବାମୀ ଙ୍କୁ ଝୁରି ଝୁରି ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି ନିଜ ଛୋଟ ଛୁଆଙ୍କ ଭବିଷ୍ୟତ ପାଇଁ । ଅପରପକ୍ଷେ ସ୍ତ୍ରୀ ମନୋରମା ସାମନ୍ତସିଂହାର ଙ୍କ ପାଖରେ ଅର୍ଥ ନଥିଲା ମୃତ ସ୍ଵାମୀ ହରେକୃଷ୍ଣ ସାମନ୍ତସିଂହାର ଙ୍କର ସତ୍କାର କରିବା ପାଇଁ । ଗ୍ରାମବାସୀ ଓ କିଛି ଯୁବକ ମିଶି ଶବ ସତ୍କାର କରିଥିଲେ କିନ୍ତୁ ଆଗକୁ ହିନ୍ଦୁ ଧର୍ମ ଅନୁସାରେ ଯେଉଁ ବିଧି ବିଧାନ ଗୁଡ଼ିକ ବା କର୍ମ କରିବାକୁ ପଡେ ସେଥିପାଇଁ ପରିବାର ନିକଟରେ ଅର୍ଥ ନାହିଁ । ସ୍ତ୍ରୀ ଓ ଗ୍ରାମବାସୀ ସରକାର ଙ୍କ ସମେତ ସାରା ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି ମୃତକ ହରେକୃଷ୍ଣ ସାମନ୍ତସିଂହାରଙ୍କର କିପରି ଦଶାହ ଓ ଏକାଦଶ କର୍ମ ସହିତ ମୃତକ ପଛରେ ଛାଡି ଯାଇଥିବା ତାଙ୍କର କୁନି କୁନି ପିଲାଙ୍କ ଭବିଷ୍ୟତ ଓ ପାଠ ପଢିବା ପାଇଁ ସାହାଯ୍ୟ ସହିତ ସ୍ତ୍ରୀ ମନୋରମା ସାମନ୍ତସିଂହାର ଙ୍କୁ କୌଣସି କାର୍ଯ୍ୟରେ କାମ ଯୋଗାଇ ଦେଲେ ପରିବାରଟି ଅଣ୍ଟା ସଳଖୀ ଚଳିପାରନ୍ତା I ସରକାରଙ୍କୁ ଅନୁରୋଧ ଏହି ବେସାହାରା ପରିବାରର ଦୁଇ ପିଲାଙ୍କ ପାଠ ପଢା ସହିତ ତାଙ୍କ ଭବିଷ୍ୟତ କିପରି ଉଜ୍ଜଳ ହେବ ସେଥି ପାଇଁ ଦୃଷ୍ଟି ଦେବା ସହିତ ହରିଶ୍ଚନ୍ଦ୍ର ଯୋଜନା ଓ ଜନ ମଙ୍ଗଳ ଯୋଜନାରେ ଅନ୍ତର୍ଭୁକ୍ତ କରି ସମସ୍ତ ପ୍ରକାରର ଆର୍ଥିକ ସାହାଯ୍ୟ ଯୋଗାଇ ଦେଲେ ପରିବାରଟି କିଛି ଦିନ ଚାଲିଯିବ ।

Exit mobile version