Site icon Awaj Media

ପାରଳା ପୌର ପରିଷଦ ପକ୍ଷରୁ ଚଢ଼ାଉ : ପଲିଥିନ୍ ଉପରେ କଟକଣା – ଜୋରିମାନା ଆଦାୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ପଲିଥିନ ଉପରେ ଚଢ଼ାଉ କରାଯାଇଛି ! ସହର ର ବିଭିନ୍ନ ଦୋକାନ ବଜାର ଏହି ଚଢ଼ାଉ କରାଯାଇଛି , ଜୋରିମାନା ଆଦାୟ କରାଯାଇଛି। ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଞ୍ଚ ଚାଲିଛି। ସହର କୁ ସ୍ବଚ୍ଛ ପରିମଳ ରଖିବା ପ୍ରଦୂଷଣ ମୁକ୍ତ ରଖିବା ପଲିଥିନ୍ ରେ ଖାଦ୍ୟ, ନ ନେବା ପଲିଥିନ ରେ ଖାଦ୍ୟ ପଦାର୍ଥ ରାସ୍ତା ରେ ନ ଫିଙ୍ଗିବା ଯାହା ଫଳରେ ଗୋରୁ ଗାଈ ଖାଇ ଅସୁବିଧା ସମୁଖିନ ହେଉଛନ୍ତି । ପୌର ପରିଷଦ କିଛଦିନ ହେଲା ଡାକ ବାଜି ଯନ୍ତ୍ରରେ ସହରବାସୀ ଙ୍କୁ ସୂଚନା ପ୍ରଦାନ କରୁଥିଲେ ମଧ୍ୟ ଲୋକେ ସଚେତନ ହେଉ ନାହାନ୍ତି ! ଯାହା ଫଳ ରେ ଜୋରିମାନା ଆଦାୟ କରାଯାଉଛି ! ଆଗକୁ ଯାଞ୍ଚ ଜାରି ରହିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷଣ ମୁର୍ମୁ କହିଛନ୍ତି ।

Exit mobile version