ଅନୁଗୁଳ ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଗଣଧାରଣା , କର୍ତବ୍ୟ ଆଗରେ ହାରମାନିଲା ସମୟର ସ୍ରୋତ ! ଅନୁଗୋଳ ଜିଲ୍ଳା ତୁବେ ଗ୍ରାମ ପଂଚାୟତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଆଜି ସ୍କୁଲ ସମ୍ମୁଖରେ ଗଣଧାରଣା ଦିଆଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ତୁବେ ଉପ୍ରାବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟଜିତ୍ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ପ୍ରତିବାଦରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟାବୃନ୍ଦ, ଅଭିଭାବକ, ଅଭିଭାବିକାମାନେ ଗୋଷ୍ଠୀ ଶିକ୍ଷାଉନ୍ନୟନ ଅଧିକାରୀଙ୍କୁ ତା ୨୧/୧୦/୨୦୨୬ରିଖରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ କହିବା ମୂତାବକ ଶିକ୍ଷକ ଶ୍ରୀ ପ୍ରଧାନ ଜଣେ ଛାତ୍ରବତ୍ସଳ, ସ୍ନେହୀ, ପାଠପଢ଼ାଇବାର ଶୈଳୀ, ବିଦ୍ୟାଳୟର ବିକାଶ ଓ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ନିଖୁଣଭାବେ ତୁଲାଇ ଆସିଛନ୍ତି । ତାଙ୍କର ହଠାତ୍ ଅତ୍ୟତ୍ର ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କୁ ମର୍ମାହତ କରିଛି ବୋଲି ସେମାନେ ଏହା ପ୍ରକାଶ କରିଛନ୍ତି । ତେଣୁ ଏହାକୁ ହୃଦୟଙ୍ଗମ କରି ବିଦ୍ୟାଳୟରେ ଶ୍ରୀ ପ୍ରଧାନଙ୍କୁ ପୁନଃ ଥଇଥାନ କରାଯାଉ ବୋଲି ଦାବିପତ୍ର ମାଧ୍ୟମରେ ଜଣାଇବା ପରେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ନମିଳିବାରୁ ସେମାନେ ବାଧ୍ୟହୋଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କରିବାକୁ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଆଜି ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ସମ୍ମୁଖରେ ଗଣଧାରଣା ଦେବା ସହ ଯେଉଁ ପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ନହୋଇଛି ଧାରଣା ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏହି ଗଣଧାରଣାରେ ସ୍କୁଲ ପରିଚାଳନା କମିଟି ସଭ୍ୟ/ସଭ୍ୟା, ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀ ଓ ଶତାଧିକ ଗ୍ରାମବାସୀ ସାମିଲ ଥିବା ଜଣାପଡ଼ିଛି ।
ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଗଣଧାରଣା !!!

