ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚାଇନା ଏବଂ ପ୍ଳାଷ୍ଟର ଅଫ ପାରିସ ଦୀପ ଭିତରେ ହଜି ଯାଉଛି ମାଟିଦୀପ | ଆଗକୁ ଦୀପାବଳି, ଦୀପ ତିଆରି ପାଇଁ ମାଟିର ଅଭାବ ରହିଛି | ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି ଉତ୍ସବ |ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଦୀପ, ତେଲ ଏବଂ ବାଣର ବ୍ୟବସାୟ ଆରମ୍ଭ ହୋଇଯାଇଛି | ଓଡିଶାରେ ବର୍ଷକରେ ଥରେ ଏହିଦିନକୁ ଚାତକ ପକ୍ଷୀ ପରି ଚାହିଁ ରହିଥାନ୍ତି ମାତିପାତ୍ର ତିଆରିର କୌଳିକ ବୃତ୍ତିକୁ ଆପଣେଇ ଥିବା କୁମ୍ଭାର ଜାତିର ଲୋକମାନେ | ମାତିଦୀପ ତିଆରି କରି ବହୁଳ ଭାବେ ବିକ୍ରି କରି ଆଗରୁ ଭଲ ବ୍ୟବସାୟ କରୁଥିଲେ |ବର୍ତ୍ତମାନର ଆଧୁନିକତା ଭିତରେ ମାଟି ଦୀପର ଚାହିଦା କମିଛି |ବାଙ୍କୀ ଡମପଡା ବ୍ଲକର ତାଳବସ୍ତ, ପାଟପୁର ଗ୍ରାମ ପଂଚାୟତରେ କୁମ୍ଭାର ଘରର ଲୋକମାନେ ନିଜ କୌଳିକ ବୃତ୍ତିକୁ ନେଇ ଆଗ ଅପେକ୍ଷା ବ୍ୟବସାୟରେ ବହୁ କ୍ଷତି ସହିତ ଘାତ ପ୍ରତିଘାତ ଭିତରେ ଜୀବନ ନିର୍ବାହ କରୁଛନ୍ତି | ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ନାହିଁ ବୋଲି ପାଟପୁର ଗ୍ରାମର ମାତିଦୀପ ତିଆରି କରୁଥିବା ମଞ୍ଜୁ ସେନାପତି କୁହନ୍ତି | ଲୋକମାନେ ବଜାରରୁ ଚାଇନା ଦୀପ ଏବଂ ପ୍ଳାଷ୍ଟର ଅଫ ପାରିସ ଦୀପ ଉପରେ ଅଧିକ ନିର୍ଭର କରୁଛନ୍ତି ବୋଲି ତାଳବସ୍ତ ଗ୍ରାମର କୁମ୍ଭାର ସାହିର ବ୍ୟବସାୟୀ ରମେଶ ମୁଦୁଲି କୁହନ୍ତି | ପୂଜା ପାର୍ବଣ ପାଇଁ ଯାହା ବର୍ଷସାରା କିଛି ପୂଜା ସାମଗ୍ରୀର ମାତିପାତ୍ର ବିକ୍ରି ହେଉଅଛି |ମାତିଦୀପ ତିଆରି କାର୍ଯ୍ୟ ଦୀପାବଳିର ଗୋଟିଏ ମାସ ଆଗରୁ କରିବାକୁ ହୁଏ |ଏଥିପାଇଁ ଦରକାର ହେଉଥିଲା ଦୋରସା ମାଟି ଆଉ ବିଲଚାଷୀ ମାନେ ଦେବାକୁ ମନା କରିଦେଉଛନ୍ତି |ବାହାର ଗାଁ ରୁ ମାଟି କିଣିକି ଆଣି ପୂଜା ସାମଗ୍ରୀ ଜିନିଷ ହେଉ କିମ୍ବା ଦୀପାବଳିରେ ଦୀପ ତିଆରିକରି ବ୍ୟବସାୟ କରିବା ଉପରେ ଇଚ୍ଛା ରଖୁ ନାହାନ୍ତି ଆଜିର ଯୁବପିଢ଼ି ମାନେ | ପୂର୍ବ ପୁରୁଷଙ୍କର କୁମ୍ବାର ଚକ ଘେରା କୌଳିକ ପ୍ରଥାକୁ ଯାହା କିଛି ଲୋକ ବଂଚେଇ ରଖିଛନ୍ତି |ନିକଟରେ ରାଜ୍ୟ ସରକାରଙ୍କ ଓରମାସ ବିଭାଗ ତରଫରୁ ତାଳବସ୍ତରେ ଆଧୁନିକ ଯନ୍ତ୍ରପାତି ଦ୍ଵାରା ଭାରତୀୟ ରେଳ ବିଭାଗକୁ ଚାହା କପ ନିର୍ମାଣ କରି ଦିଆଯାଉଛି ବୋଲି ପରିଚାଳନାରେ ଥିବା ମମତା ମୁଦୁଲି କୁହନ୍ତି | ତାଳବସ୍ତ ଗ୍ରାମ ପଂଚାୟତର କୁମ୍ଭାର ସାହିରେ ଅନ୍ତର୍ଭୁକ୍ତ ଥିବା 8 ନମ୍ବର ଏବଂ 9 ନମ୍ବର ୱାର୍ଡର ୱାର୍ଡସଭ୍ୟ ଲଷ୍ମୀଧର ସାହୁ ଏବଂ ମମତା ଦାଶ କୁହନ୍ତି ଯେ ସେମାନେ ସମସ୍ତ କୁମ୍ଭାର ଜାତି ଭାଇଙ୍କୁ ସରକାରଙ୍କ ଆଧୁନିକ ଯନ୍ତପାତି ଦେବାକୁ ବ୍ଳକ ପ୍ରଶାସନ ମାଧ୍ୟମରେ ହସ୍ତତନ୍ତ୍ର ଏବଂ ଦକ୍ଷତା ବିକାଶ ବିଭାଗକୁ ଅନୁରୋଧ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ | ଗ୍ରାମାଞ୍ଚଳରେ ବହୁ ଲୋକ କୁମ୍ଭାର ଚକ ଘରେ ତାଲା ମାରିଥିଲେ ବି,ନିଜ କୌଳିକ ବୃତ୍ତିକୁ ପାଟପୁର ଗ୍ରାମର ପ୍ରଭାକର ସେନାପତି, କୁଳମଣି ସେନାପତି, ମଞ୍ଜୁ ସେନାପତି ଏବଂ ତାଳବସ୍ତ ଗ୍ରାମର ମାନସ ମୁଦୁଲି, ରଞ୍ଜୁବାଳା ମୁଦୁଲି, ବନିତା ମୁଦୁଲି, ରାଜକିଶୋର ମୁଦୁଲି, ସଂକୁନ୍ତଳା ମୁଦୁଲି, ଲଷ୍ମୀଧର ମୁଦୁଲି ପରିବାର ବଂଚେଇ ରଖିଛନ୍ତି |
ଚାଇନା ଏବଂ ପ୍ଳାଷ୍ଟର ଅଫ ପାରିସ ଦୀପ ଭିତରେ ହଜି ଯାଉଛି ମାଟିଦୀପ !!!

