Site icon Awaj Media

ଭଟ୍ଟାରିକା ପାଖରେ ମହାନଦୀରେ ବୁଡ଼ି ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଭଟ୍ଟାରିକା ପାଖରେ ମହାନଦୀରେ ବୁଡ଼ି ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ! କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଶସାଙ୍ଗ ଗ୍ରାମରେ ଅଘଟଣ । ବଡମ୍ବା ଭଟ୍ଟାରିକା ମହାନଦୀରେ ଗାଧୋଇବାକୁ ଯାଇ ଜୀବନ ହରାଇଛନ୍ତି ୭୫ ବର୍ଷୀୟ ବୃଦ୍ଧ ଦେବରାଜ ସାହୁ। ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡ଼ି ଯାଇଥିବା ଜଣାପଡ଼ିଛି । ଖବର ପାଇ ବଡ଼ମ୍ବା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ବଡମ୍ବା ସ୍ୱାସ୍ଥ୍ୟକେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାକୁ ନେଇ ଶସାଙ୍ଗ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version